ଭଲ ଖବରମୁଖ୍ୟ ଖବର ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି Angul OnlineJuly 31, 2023July 31, 2023 ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା ବେଳେ ମା ସୁଜାତା ରାଣି ପାଣିଗ୍ରାହି ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ସେ ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି । ତାଙ୍କର ଏହି ସଫଳତା ପରେ ଘରେ ଖୁସିର ଲହରୀ ଖେଳିଯାଇଛି । ଆଶାଜ୍ୟୋତି ଦଶମ ପଢ଼ୁଥିବା ବେଳେ ସ୍କୁଲରେ ଏକ କାର୍ଯ୍ଯକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେତେବେଳେ ସେ ଆଶାଜ୍ୟୋତିଙ୍କୁ ପ୍ରେରଣା ଦେଇଥିଲେ । ଏହା ସହ ତାଙ୍କ ପରିବାର ପୁରା ସପୋର୍ଟ ଦେଇଥିଲେ । ଯାହା ଫଳରେ ସେ ଆଜି ଏହି ସଫଳତା ପାଇ ପାରିଛନ୍ତି ବୋଲି କହିଛନ୍ତି । ଏଥିପାଇଁ ସେ ଯେତେବେଳେ ସମୟ ପାଉଥିଲେ ପଢୁଥିଲେ । ଦିନକୁ ପ୍ରାୟ ୧୦ ଘଣ୍ଟା ସମୟ ଦେଉଥିଲେ । ପ୍ରଥମ ଚେଷ୍ଟାରେ ସେ ବିଫଳ ହୋଇଥିଲେ । ଆଉ ଦ୍ଵିତୀୟ ଥର ଓଏଏସରେ ସଫଳତା ହାସଲ କରିଛନ୍ତି । Advertisement
୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ…
ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ…
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବର୍ଷ ଝିଅ ଭାଗ୍ୟଶ୍ରୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର କୁନି ଝିଅ ଭାଗ୍ୟଶ୍ରୀ ପ୍ରଧାନ ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି…