ମୁଖ୍ୟ ଖବର ଇନିସ୍ପେକ୍ଟର ସ୍ତରରେ ଅଦଳ ବଦଳ Angul OnlineAugust 5, 2023August 5, 2023 ଅନୁଗୋଳ – ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଶନିବାର ପୁଲିସ ଇନିସ୍ପେକ୍ଟର ସ୍ତରରେ ଏକ ଅଦଳ ବଦଳ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକା ଅନୁସାରେ ଅନୁଗୋଳ ଜିଲ୍ଲା ପୁଲିସରୁ ୧୪ ଜଣ ଇନିସ୍ପେକ୍ଟରଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଜିଲ୍ଲାକୁ ଆସିଛନ୍ତି ୧୨ ଜଣ ଇନିସ୍ପେକ୍ଟର। ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିବା ଇନିସ୍ପେକ୍ଟରଙ୍କ ମଧ୍ୟରେ ସୁମିତ୍ରା ପାତ୍ର, ଆଶିଷ କୁମାର ଜେନା, ପିତାମ୍ବର ମଲ୍ଲିକ, ନିରୁପମା ଜେନା, ସ୍ମିତାଞ୍ଜଳୀ ପ୍ରଧାନ, ଶ୍ରୀନିବାସ ସେଠୀ, ବିଜୟ କୁମାର ସ୍ବାଇଁ, ସରୋଜକାନ୍ତ ସାମଲ, ମାନସ କୁମାର ମହାକୁଲ, ପ୍ରିତିମଞ୍ଜରୀ ମେଣ୍ଡୁଲୀ, କିଶୋର କୁମାର ସାମଲ, ନିରୋଦ କୁମାର ଦାସ, ବିକ୍ରମ ବିହାରୀ ଜୟପୁରିଆ ଓ ଲବ ବୋଡ଼ାଙ୍କ ନାମ ତାଲିକାରେ ପ୍ରକାଶ ପାଇଛି। ଜିଲ୍ଲାକୁ ଆସିଥିବା ଇନିସ୍ପେକ୍ଟରଙ୍କ ମଧ୍ୟରେ ମନୋଜ କୁମାର ପ୍ରଧାନ,ବିବେକାନନ୍ଦ ମହନ୍ତ, ଚିତ୍ତ ରଞ୍ଜନ ବେହେରା, ଧିରେଶ କୁମାର ଦାସ,ସଙ୍ଗିତା ମହାପାତ୍ର, ଦିଗବିଜୟ ବିଶ୍ବାଳ, ଚିତ୍ତରଞ୍ଜନ ବେହେରା,ରବିନ୍ଦ୍ର କୁମାର ଭୁଜବଳ, ପ୍ରଦୀପ କୁମାର ମହନ୍ତ, ପି ସ୍ବରୁପ କିଶାନ, ବିଭୁଦତ୍ତ ରାଉତରାୟ ଓ ଅନୁରାଧା ମାର୍ଥାଙ୍କ ନାମ ତାଲିକାରେ ପ୍ରକାଶ ପାଇଛି । Advertisement
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ଅନୁଗୁଳ- ଅନୁଗୁଳ ସହର ହୁଲୁରିସିଂହାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି…
ଜିଲ୍ଲା ପୋଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସ॰ଆଇ॰ ଓ ଏ॰ଏସ॰ଆଇ॰ ସ୍ତରରେ ଅଦଳବଦଳ କରା ଯାଇଛି । ଅନୁଗୁଳ ଏସ॰ପି॰ ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଜିଲ୍ଲାର ୧୫…