ସମସ୍ୟା ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ Angul OnlineAugust 11, 2023August 11, 2023 ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ରନଗର ନୂଆବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟାପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ସହ ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇ ଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦୀର୍ଘ ଦିନରୁ ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କ ପୁନର୍ବାସ ଓ ଥଇଥାନ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ୧୯୬୦ ମସିହାରେ ସମାକୋଇ ନଦୀରେ ଆସିଥିବା ବଡ଼ ବନ୍ୟାରେ ପ୍ରଭାବିତ ପରାବିଲ ଗ୍ରାମବାସୀ ପବିତ୍ରନଗର ନୂତନ ବସ୍ତିରେ ବସବାସ କରି ଆସୁଛନ୍ତି । ଦୁର୍ଭାଗ୍ୟର କଥା, ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ପର୍ଯ୍ଯନ୍ତ ଜଣେ ହେଲେ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ଖଣ୍ଡିଏ ମିଳିପାରିନାହିଁ । ସେହିପରି ପରାବିଲସ୍ଥିତ ରେଳ ଷ୍ଟେସନର ଭୂମି ଅଧିଗ୍ରହଣ ସମୟରେ ଗ୍ରାମର ପାଣିହତା ମଧ୍ୟ ନଷ୍ଟ ହୋଇଯାଇଛି । ଉକ୍ତ ପାଣିହତାଟି ଗ୍ରାମର ଦୁଇଟି ବନ୍ଧ (ମାଷ୍ଟ୍ରବନ୍ଧ ଓ ବଡ଼ବନ୍ଧ)ର ପାଣିକୁ ସଂଯୋଗ କରୁଥିଲା । ତେଣୁ ଏହାର ପୁନରୁଦ୍ଧାର ଅତି ଜରୁରୀ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ପୁରୁଷ ପୁରୁଷର ଭିଟାମାଟି ହରାଇଥିବା ବିସ୍ଥାପିତ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଓ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ନିମନ୍ତେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । ଏ ଦିଗରେ ସମୟୋଚିତ ପଦକ୍ଷେପ ନେବା ତଥା ବିସ୍ଥାପିତଙ୍କ ନ୍ୟାଯ୍ୟ ଦାବି ପୂରଣ ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । Advertisement
ଜବରଦଖଲ ଉଚ୍ଛେଦ – ବ୍ୟବସାୟୀ ମହଲରେ ଅସନ୍ତୋଷ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ମୁଖ୍ୟ ବଜାର ତଥା ହାଟତୋଟା ଅଞ୍ଚଳର ରହିଥିବା ବଜାରର ମୁଖ୍ୟ ରାସ୍ତା ଏବେ ଦୋକାନୀ ମାନଙ୍କ ଜବରଦଖଲରେ ବହୁଦିନ…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…