ମୁଖ୍ୟ ଖବର ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ Angul OnlineAugust 13, 2023August 13, 2023 ଅନୁଗୁଳ – ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମ ନିକଟରେ I ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ଘନ ମୁଣ୍ଡା ନାମକ ଜଣେ ବ୍ୟକ୍ତି ବିଲକୁ କାମ କରିବାକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ I ହାତୀ ଦଳି ଦେବା ଫଳରେ ଘଟଣା ସ୍ଥଳରେ ଘନ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା I ମୃତ ଘନ ମୁଣ୍ଡା ପାଳଲହଡା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବୋଲି ଜଣା ପଡିଛି I ସେ ଦୀର୍ଘଦିନ ହେବ ଗୁରୁଣ୍ଡିଆ ମୁଣ୍ଡା ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ I ଖବର ପାଇ ଖମାର ପୁଲିସ ଓ ଖମାର ବନବିଭାଗ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି I ଖମାର ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣା ପଡିଛି I Advertisement
ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର…
ଅଜଣା ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ…
ଔଷଧ ଦୋକାନରୁ ଚୋରି ଅନୁଗୋଳ – ଅନୁଗୋଳ ସହରର ଅମଲାପଡ଼ାରେ ଥିବା ଏକ ଔଷଧ ଦେକାନରୁ ଗୁରୁବାର ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି ହୋଇଛି । ସୂଚନା ଯେ, ରାତିରେ…