ଭଲ ଖବର ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର Angul OnlineAugust 21, 2023August 21, 2023 ଭୁବନେଶ୍ୱର – ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ମଞ୍ଜୁର ହୋଇଛି । ଏହା ସହ ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁନ ୨୪ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ସ୍କୁଲକୁ ଗସ୍ତ କରିଥିଲେ । ଏହି ଅବସରରେ ସେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କଥା ହେବା ସହିତ ବିଦ୍ୟାଳୟର କାର୍ଯ୍ୟ ଗୁଡିକୁ ଦେଖିବା ସହ ସ୍କୁଲର ବିକାଶ ପାଇଁ ଭାରତ ସରକାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । Advertisement
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…
ପ୍ରଥମ ଥର ପାଇଁ ଜିଲ୍ଲାରେ ଆରମ୍ଭ ହେଲା ଦୁଗ୍ଧ ଏଟିଏମ – ଏମସିଏ ପାଠପଢି ଆତ୍ମନିର୍ଭରଶୀଳ ପାଇଁ ଯୁବକଙ୍କ ପ୍ରୟାସ ଅନୁଗୁଳ – ଉଚ୍ଚ ଶିକ୍ଷା ପରେ ଭଲ ଚାକିରୀ କରିବି ଭଲ ରାଜଗାର କରିବା ଲକ୍ଷ୍ୟ ସମସ୍ତଙ୍କର ପ୍ରାୟ ରହିଥାଏ । ହେଲେ ଭଲ ଚାକିରି ତ…
ସୋମବାର ଠାରୁ ଯୁବଗୋଷ୍ଠୀଙ୍କୁ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି (ସୋମବାର) ଠାରୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯିବ । ଅନ୍ୟ ଜିଲ୍ଲା ମାନଙ୍କରେ…