ମୁଖ୍ୟ ଖବର ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) Angul OnlineAugust 21, 2023August 21, 2023 ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ସମ୍ପୃକ୍ତ ସ୍କୁଟରଟି ବ୍ୟାଟେରୀ ଚାଳିତ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅମୀୟ ରାୟ ନାମକ ଜଣେ ବ୍ୟକ୍ତି ତାଙ୍କ ବ୍ୟାଟେରୀ ଚାଳିତ ସ୍କୁଟରରେ ( OD 33 AF 1269) ପିଟିସି ପଟରୁ ତୁରଙ୍ଗ ଆଡକୁ ଯାଉଥିଲେ । ସେ କାଲଟାକ୍ସ ଛକ ନିକଟରେ ହୋଇଥିବା ବେଳେ ହଠାତ ସ୍କୁଟରରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଅମୀୟ ରାସ୍ତା କଡରେ ଗାଡି ଛାଡି ଦଉଡି ପଳାଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ ଏକ ବଡ଼ ବିପଦରୁ ଅମୀୟ ବର୍ତ୍ତି ଯାଇଛନ୍ତି । https://angulonline.com/odia/wp-content/uploads/2023/08/WhatsApp-Video-2023-08-21-at-17.25.10.mp4 Advertisement
ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ…
କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା କାଜୁ ଜଙ୍ଗଲରୁ ଆଜି (ମଙ୍ଗଳବାର) ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ କୋଶଳା…
ନବଜାତକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳରେ ପୂଣି ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଅନୁଗୁଳ ସହର ଡେଲି ମାର୍କେଟ ଭିତରୁ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖିବାକୁ…