ମୁଖ୍ୟ ଖବର ନଦୀରେ ଗୋଡ଼ ଖସି ଜଣେ କାଉଡିଆ ମୃତ Angul OnlineAugust 21, 2023August 21, 2023 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେୟୀ ପୀଠ ନିକଟରେ ମହାନଦୀରେ ଗୋଡ ଖସିଯାଇ କାଉଡ଼ିଆ ମୃତ୍ଯୁ ହୋଇଥିବା ଜଣା ପଡିଛି । ମୃତକ ଜଣଙ୍କ ବଅଁରପାଳ ଥାନା ଜୁରାଗାଡ଼ିଆ ଗାଁର ଶ୍ରୀକାନ୍ତ ସାହୁଙ୍କ ପୁଅ ସରଜୁ ସାହୁ ବୋଲି ସୁଚନା ମିଲିଛି । ମିଳିଥିବା ସୂଚନା ମୁତାବକ ଜୁରାଗାଡ଼ିଆ ଗ୍ରାମର ସରଜୁ ସାହୁ (୨୫) ଦେଉଳଝରୀରେ ଜଳଲାଗି କରି ବିନିକେୟୀ ପୀଠରେ ଖାଇସାରି ହାତ ଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ମହାନଦୀ ପାଣିରେ ବୁଡି ଯାଇଥିଲେ l ସ୍ଥାନୀୟ ଲୋକଙ୍କ ଚେଷ୍ଟା ରେ ତାଙ୍କୁ ଗଭୀର ପାଣିରୁ ଉଦ୍ଧାର କରାଯାଇଥିଲା l ତାଙ୍କୁ ତୁରନ୍ତ ଆଠମଲ୍ଲିକ ଡାକ୍ତରଖାନା ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l Advertisement
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ତାଳଚେର – ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ଡାକରା ଦିଆ…
ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।…
ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ । ଓଡିଶା ଅରବାନ…