ଅପରାଧ ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineAugust 22, 2023August 22, 2023 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି I ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇ ବିଜ୍ଞାନ ଦ୍ଵିତୀୟ ବର୍ଷରେ ପାଠ ପଢ଼ୁଥିବା ଜଣାପଡିଛି I ମୃତ ଛାତ୍ରୀ ଙ୍କ ନାଁ ବିଦୁସ୍ମିତା ଖିଲାର ଏବଂ ତାଙ୍କ ଘର ତାଳଚେର ଅଞ୍ଚଳର ରାଧାରମଣପୁର ଅଞ୍ଚଳର ବୋଲି ଜଣା ପଡିଛି I ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଛାତ୍ରୀଙ୍କ ବାପା ମା ଛାତ୍ରୀଙ୍କୁ ଦେଖା କରିବାକୁ ଆସିଥିବା ବେଳେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିବା କଲେଜର କିଛି ଛାତ୍ରୀ ଏବଂ କର୍ମଚାରୀ କହିଥିବା ବେଳେ , ଝିଅଟି ଦୁଇ ଦିନ ତଳେ କଲେଜ କ୍ୟାଣ୍ଟିନରେ କିଛି ଅଣ କଲେଜ ପିଲାଙ୍କ ସହ କେକ କାଟି ଜନ୍ମଦିନ ପାଳନ କରିଥିଲେ I ଯାହାକୁ ନେଇ ତାଙ୍କ ବାପା ଏବଂ ମା ଙ୍କୁ ଅବଗତ କରାଯାଇଥିଲା ଏବଂ ଛାତ୍ରୀଙ୍କ ଅଭିଭାବକ ଆସି ଛାତ୍ରୀ ଜଣଙ୍କୁ ନିଜ ଘରକୁ ନେଇଯାଇଥିଲେ I ପରେ ବୁଝେଇ ଶୁଝେଇ ଗତକାଲି ଝିଅକୁ ପୁଣି ହଷ୍ଟେଲରେ ଛାଡି ଯାଇଥିଲେ I ଗତକାଲି ସବୁ ଠିକ ଠାକ ଥିବାବେଳେ ଆଜି ଅପରାହ୍ନରେ ହଷ୍ଟେଲରେ କେହି ନଥିବା ବେଳେ ଫ୍ୟାନରେ ନିଜ ଓଢଣୀ ସାହାଯ୍ୟରେ ଝୁଲି ପଡ଼ିଥିଲେ I ଖବର ପାଇ କଲେଜ କର୍ତ୍ତୃପକ୍ଷ ଉକ୍ତ ଛାତ୍ରୀଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ I ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମହାବିଦ୍ୟାଳୟର ଅଧକ୍ଷ ଜୟଦେବ ବିଶ୍ୱାଳ କହିଥିବାବେଳେ, ଘଟଣା ର ତଦନ୍ତ ଚାଲୁଛି ଏବଂ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଦିଗ ନିର୍ଧାରଣ କରାଯିବ ବୋଲି ଖମାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଡିହାରୀ ସୂଚନା ଦେଇଛନ୍ତି I ଖମାର ପୁଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି I Advertisement
୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଥମିବାର ନାଁ ନେଉନି । ବାରମ୍ବାର ପୁଲିସ ଓ ଅବକାରୀ ବିଭାଗର ଚଢ଼ାଉ ପରେ କିଛି ବର୍ଷ…
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…