ଅପରାଧ ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ Angul OnlineAugust 28, 2023August 30, 2023 ଅନୁଗୁଳ – ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ । ୨୨ ଜଣ ସାକ୍ଷୀ ଓ ବୟାନ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନା କାରାଦଣ୍ଡାଦେଶ ଅନୁଗୁଳ ଅତିରିକ୍ତ ଜିଲ୍ଲ ଦୌରା ଜଜ ଦେଇଛନ୍ତି । ସୁଚନା ଅନୁସାରେ ହିନ୍ଦୋଳରୋଡର ଜମ୍ବେଶ୍ୱର ପୃଷ୍ଟି ଅନୁଗୁଳ ସହର ରାଧାରମଣପଡ଼ାର ରୁନି ସାହୁଙ୍କୁ ୯ ବର୍ଷ ତଳେ ବୈଦିକ ରିତିରେ ବାହା ହୋଇଥିଲେ । ରୁନି ବାହାଘର ହୋଇ ଚାଲିଯିବା ପରେ ଠାରେ ହୋଇଥିଲା ହତ୍ୟାକାଣ୍ଡ । ପାରିବାରିକ କଲହରୁ ଜ୍ୱାଇଁ ଜମ୍ବେଶ୍ୱର ପୃଷ୍ଟିକୁ ହତ୍ୟା କରିଥିଲେ ଶଶୁର ବିପିନ ସାହୁ । । ରାଧାରମଣପଡା ଘରେ ତାଙ୍କ ବାପା ବିପିନ ସାହୁ ଓ ମା ଲତା ସାହୁ ଏକା ରହୁଥିଲେ । ତେବେ ବିପିନ ସବୁବେଳେ ଲତାଙ୍କୁ ମାଡପିଟ କରୁଥିଲେ । ମାଡପିଟ ଅସହ୍ଯ ହେବାରୁ ରୁନି ତାଙ୍କ ମା ଲତାଙ୍କୁ ହିନ୍ଦୋଳରୋଡ ତାଙ୍କ ପାଖକୁ ନେଇ ଯାଇଥିଲେ । ତେବେ ଏହାକୁ ମଧ୍ଯ ଗ୍ରହଣ ବିପିନ କରି ପାରି ନଥିଲେ । ଅନେକ ସମୟରେ ହିନ୍ଦୋଳରୋଡରେ ରହୁଥିବା ରୁନିଙ୍କ ଘରକୁ ଯାଇ ଝଗଡା କରୁଥିଲେ । ୮.୦୯.୨୦ ଦିନ ଲତା ତାଙ୍କ ଜ୍ୱାଇଁ ଜମ୍ବେଶ୍ୱରଙ୍କ ସହ ଅନୁଗୁଳ ରାସନ ଚାଉଳ ଓ ଘରଭଡା ନେବାକୁ ଆସିଥିଲେ । ଏମାନଙ୍କୁ ଦେଖି ବିପିନ ଗାଳିଗୁଲଜ କରିବା ସହ ଲତାଙ୍କୁ ମାରିବାକୁ ଉଦ୍ଯମ କରିଥିଲେ । ଏଥିରେ ଜମ୍ବେଶ୍ୱର ବାଧା ଦେବା ସହ ବିପିନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ବିପିନ ଉତ୍ତ୍ଯକ୍ତ ହୋଇ ଏକ ଧାରୁଆ ଛୁରିରେ ଜମ୍ବେଶ୍ୱରଙ୍କ ପେଟ୍କୁ ଭୂଷି ଦେଇଥିଲେ । ସ୍ଥାନୀୟ ଲୋକ ଜମ୍ବେଶ୍ୱରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ୧୨.୦୯.୨୦ରେ ଜମ୍ବେଶ୍ୱରଙ୍କର ମୃତ୍ଯୁ ହୋଇଥିଲା । ଏହାକୁ ନେଇ ରୁନି ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିପିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସୋମବାର ଅନୁଗୁଳ ଅତିରିକ୍ତ ଜିଲ୍ଲ ଦୌରା ଜଜ ରଞ୍ଜିତା ଜ୍ୟୋତିଶି ଶୁଣାଣି କରି ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନା କାରାଦଣ୍ଡାଦେଶ , ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରିଥିଲେ। Advertisement
ପୁଲିସକୁ ମାଡ଼ ଘଟଣାରେ ଦୁଇ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଲିସକୁ ନିର୍ଧୁମ ମାଡ ମାରିବା ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ…
ଛାତ୍ରୀଙ୍କୁ କମେଣ୍ଟ କରି ବନ୍ଧାହେଲେ ଦୁଇ ରୋଡ଼ ରୋମିଓ ଛେଣ୍ଡିପଦା – ଦୁଇ ରୋଡ୍ ରୋମିଓଙ୍କୁ ଗିରଫ କଲା ପୁଲିସ । ଜଣେ ଛାତ୍ରୀ କଲେଜରୁ ଛେଣ୍ଡିପଦା ମେଡିକାଲ ପଛପାଖ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ…
ସହର ଉପରେ ଚଲିଥିଲା ଜୁଆ ଆଡା – ୬ ଜୁଆଡି ଗିରଫ ହେବା ସହ ଟଙ୍କା ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ସହର ବିଇଡି କଲେଜ ପଛ ପାଖରେ ଥିବା ବସ୍ତିରେ ଚାଲିଥିବା ଏକ ଜୁଆ ଆଡା ଉପରେ ଆଜି ଅନୁଗୁଳ ପୋଲିସ ଚଢ଼ାଉ କରି…