ବାଣିଜ୍ୟ ଉତ୍କଳ ବି ୧ ଏବଂ ବି ୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ Angul OnlineAugust 29, 2023August 29, 2023 ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇ, ଆଇଏଏସ୍, ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆଇଏଏସ, ପୋଲିସ ଅଧୀକ୍ଷକ ଶ୍ରୀ ସୁଧାଂଶୁ ସେଖର ମିଶ୍ର, ଆଇପିଏସ, ସବ କଲେକ୍ଟର ଶ୍ରୀ ବରଣ୍ୟେନ୍ଦୁ ମହାନ୍ତି, ଭୂ-ଅର୍ଜନ ଅଧିକାରୀ ଶ୍ରୀମତୀ ଇଶାନୀ ପଣ୍ଡା, ଓଏଏସ, ଓଏଏସ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଗସ୍ତି ବେହେରା, ଜିଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଚେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ପ୍ରତିନିଧୀ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ପ୍ରତିନିଧି, ଜେଏସପିର ନିର୍ବାହୀ ନିର୍ଦେଶକ ତଥା ଅନୁଗୁଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା, ଉପ-ସଭାପତି ଶ୍ରୀ ଆଶିଷ ପାଣ୍ଡେ, ଏଭିପି (ଜମି ଅଧିଗ୍ରହଣ ) ଶ୍ରୀ ସୁଜିତ ପ୍ରଧାନ, ପ୍ରେସିଡେଣ୍ଟ ତଥା ଗୃପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଗ୍ରାମର ପ୍ରତିନିଧୀଙ୍କ ଦାବି ଅନୁଯାୟୀ ସେପ୍ଟେମ୍ବର ୧୦ ଏବଂ ୨୦ ତାରିଖରେ ପ୍ରକଳ୍ପ ବିସ୍ଥାପିତ ପରିବାର (ପିଡିଏଫ) ମାନଙ୍କର ସମୀକ୍ଷା ଏବଂ ତାଲିକା ଚୂଡ଼ାନ୍ତ କରିବା ପାଇଁ ଏକ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ପୁନର୍ବାସ ଏବଂ ପୁନଥଇଥାନ (ଆର ଆଣ୍ଡ ଆର) ପ୍ୟାକେଜ୍ ଘୋଷଣା କରିଥିଲେ ଯେଉଁଥିରେ ଘର, ଜମି ଏବଂ ଆଗୁଆ ସ୍ଥାନ ଛାଡିବା ପାଇଁ ୧୫ ଲକ୍ଷ ଟଙ୍କା ଏବଂ ଚାକିରି ବଦଳରେ ୨୦ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ ଏକର ପ୍ରତି ୧୨ ଲକ୍ଷ ଟଙ୍କାର ଏକ୍ସ-ଗ୍ରାସିଆ ମଧ୍ୟ ଘୋଷଣା କରାଯାଇଥିଲା। ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ଏହା ଏପର୍ଯ୍ୟନ୍ତ ସର୍ବୋତ୍ତମ ଆର ଆଣ୍ଡ ଆର ପ୍ୟାକେଜ୍ । ଗ୍ରାମବାସୀମାନେ ଏହାକୁ ଗ୍ରହଣ କରି ଖଣି କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇ ପାରିବ ବୋଲି ସେ କାଢ଼ିଥିଲେ । ଏହି ବୈଠକରେ ଗ୍ରାମବାସୀମାନେ ଏହି ଖଣି ପ୍ରକଳ୍ପକୁ ସମର୍ଥନ କରିଥିଲେ ଏବଂ ଖଣି କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ କ୍ଷତିପୂରଣ ବାବଦକୁ ଅଧିକ ଅର୍ଥ ଦାବି କରିଥିଲେ । ପ୍ରକଳ୍ପ ପ୍ରଭାବିତ ପରିବାରଗୁଡିକ ବହୁ ସଂଖ୍ୟାରେ ପ୍ରଥମେ କ୍ଷତିପୂରଣ ଉଠାଇ ଏବଂ ପରେ ଏକ୍ସ-ଗ୍ରାସିଆ ନେଇ ଏହି ଖଣି ପ୍ରକଳ୍ପ ନିମନ୍ତେ ଜିଲ୍ଲା ପ୍ରସାଶନ ସେମାନଙ୍କର ସହଯୋଗ କାମନା କରିଥିଲେ । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ହେବା ସହିତ ସିଏସାର କାର୍ଯ୍ୟକ୍ରମ ଅଧୀନରେ ବହୁ ବିକାଶମୂଳକ ପ୍ରକଳ୍ପ କରାଯାଇ ପାରିବ । Advertisement
Laxmi Honda ରେ Honda New SP 125 OBD-II (B) ର ବଜାର ପ୍ରବେଶ ଅନୁଗୁଳ – ଅନୁଗୁଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle SP…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…