ମୁଖ୍ୟ ଖବର ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ Angul OnlineSeptember 1, 2023September 1, 2023 ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ ଅଫିସ ଆଗରେ ଥିବା ଟାଇମ ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ । ବୋମା ନିଷ୍କ୍ରିୟ ପରେ ଅଧିକ ଜାଞ୍ଚ ପାଇଁ ବୋମାଟିକୁ ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି । ସୂଚନା ଅନୁସାରେ ବିଧାୟକ ବ୍ରଜକିଶୋରଙ୍କ କ୍ୟାମ୍ପ ଅଫିସ ଆଗରେ ଆଜି ସକାଳୁ ଏକ ଟାଇମ ବୋମା ଠାବ ହୋଇଥିଲା । ବିଧାୟକ ଏନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳକୁ ପ୍ରଥମେ ସିଲ କରି ଦେଇଥିଲା । ସେହି ଅଞ୍ଚଳକୁ କେହି ଯେମିତି ଯିବେ ନାହିଁ କି କୌଣସି ଅଘଟଣ ନ ଘଟୁ ସେଥିପାଇଁ ସଜାଗ ହୋଇଥିଲା। ପରେ ଅନୁଗୁଳରୁ ଏକ ୫ ଜଣିଆ ବୋମା ନିଷ୍କ୍ରିୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ବୋମା ଆଘାତରୁ ବର୍ତ୍ତିବା ପାଇଁ ବୋମା ପ୍ରତିରୋଧକ ପୋଷାକ ପିନ୍ଧି ଅତି ସତର୍କତାର ସହ ବୋମାକୁ ନିଷ୍କ୍ରିୟ କରିଥିଲେ । ବୋମାର ମେକାନିଜିମ ଷ୍ଟ୍ରଙ୍ଗ ଥିଲା ବୋଲି ନିଷ୍କ୍ରିୟକାରୀ ଦଳ କହିଛନ୍ତି । ତେବେ ତା ଭିତରେ କଣ ବାରୁଦ ରହିଛି ତାହା ଜାଣିବା ପାଇଁ ତାକୁ ଲ୍ୟାବ ପଠା ଯାଇଛି । ଅଞ୍ଚଳ ବର୍ତ୍ତମାନ ସୁରକ୍ଷିତ ଥିବା ଏସ୍ ଡି ପି ଓ ମାନସ ବାରିକ କହିଛନ୍ତି। ହେଲେ ମଧ୍ୟ ଆଉ କାଳେ କେଉଁଠି ବୋମା ଥିବ ସେହି ଆଶଙ୍କାରେ ଅଞ୍ଚଳକୁ ଟିକିନିଖି ଜାଞ୍ଚ କରା ଯାଇଛି । Advertisement
ଦାୟିତ୍ଵରେ ଅବହେଳା ପଡିଲା ମହଙ୍ଗା – ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁଗୁଳ – ଦାୟିତ୍ୱରେ ଅବହେଳା କରିଥିବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ କୁମାର ପୃଷ୍ଟି ଓ ପାଲଲହଡା ବ୍ଲକରେ ଅବସ୍ଥାପିତ ପଞ୍ଚାୟତ…
ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ…
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…