ଆଞ୍ଚଳିକ ପିଟିସିର ୮୬ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ କଲେ ପୁଲିସ Angul OnlineSeptember 9, 2023September 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଟ୍ରେନିଂ କଲେଜ ନିର୍ମାଣ ହେବାର ୮୬ ବର୍ଷ ପୂର୍ତ୍ତି ହୋଇଛି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ଏହି କଲେଜ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ଅନେକ ପୁଲିସଙ୍କୁ ତାଲିମ ଦେଇଛି । ଏହି କଲେଜର ୮୬ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଯେଉଁଥିରେ ତାଲିମ ନେଉଥିବା ପୁଲିସ ମାନେ ରକ୍ତଦାନ କରିଥିଲେ । ରକ୍ତ ବର୍ତ୍ତମାନ ଦିନରେ ଅନେକଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଛି । ଏହା ସହ ପୁଲିସ ଉପରେ ସାଧାରଣ ଲୋକ ମାନଙ୍କ ଭରଷା ଓ ବିଶ୍ୱାସ ରହିବା ଆବଶ୍ୟକ ବୋଲି ଏଭଳି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ବୋଲି ଆଇଜି ତଥା ପିଟିସିର ପ୍ରିନିସିପାଲ ଜୟ ନାରାୟଣ ପଙ୍କଜ କହିଛନ୍ତି । ଏହି ରକ୍ତଦାନ ଶିବିରରେ ପ୍ରାୟ ୨୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । Advertisement
ବିଦ୍ୟୁତ ଆଘାତରେ ଯୁବକ ମୃତ ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି…
ଆମ୍ବ ଗଛରୁ ପଡି ବୃଦ୍ଧ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଆମ୍ବ ଗଛରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ ସମୟରେ…
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…