ଅପରାଧ ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା Angul OnlineSeptember 9, 2023September 9, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ବାୟାଣୀ ପିଠ ନିକଟସ୍ଥ ଫାକ୍ସନ ଠାରେ କେଟିଏମ ମୋଟରସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି l ସୁଚନା ଅନୁସାରେ ଛେଣ୍ଡିପଦାରେ ଥିବା ଏଲଏଣ୍ଡଟି ଫାଇନାନ୍ସ କର୍ମଚାରୀ ବିଷ୍ଣୁ ସାହୁ ଶନିବାର ମଧ୍ୟାହ୍ନରେ ହଣ୍ଡପା ଥାନା ଅଂଚଳରୁ ଟଙ୍କା ସଂଗ୍ରହ କରି ପାତ୍ରପଡା ଦେଇ ଛେଣ୍ଡିପଦା ଆସୁଥିଲେ lତେବେ ସେ ଫାକ୍ସନ ନିକଟରେ ହୋଇଥିବା ବେଳେ ଏକ କେଟିଏମ ମୋଟରସାଇକେଲରେ ୩ ଜଣ ଦୁର୍ବୃତ ମୁଖାପିନ୍ଧି ତାଙ୍କୁ ଅଟକାଇ ଏକ ଫାରସା ଦେଖାଇ ଭୟଭୀତ କରିଥିଲେ l ଏହା ସହ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଛଡାଇ ନେଇ ପାତ୍ରପଡା ଗ୍ରାମ ଆଡ଼କୁ ଦ୍ରୁତଗତିରେ ପଳାଇ ଯାଇଥିଲେ l ଏହାର କିଛି ସମୟ ପରେ ପୁଣି ଫେରି ହଣ୍ଡପା ରାସ୍ତାରେ ପଳାଇ ଯାଇଥିଲେ l ଏ ନେଇ ବିଷ୍ଣୁ ବାଗଡିଆ ଥାନାର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି l Advertisement
ଲଭ , ସେକ୍ସ , ଧୋକା – ଯୁବକ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ପରେ ଶାରୀରିକ ସଂପର୍କ । ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ଏକାଠି ରହିବା ପରେ ଯୁବତୀଙ୍କୁ ଧୋକା ଦେଇଛି ପ୍ରେମିକ…
ବାପା-ମା ଓ ସ୍ତ୍ରୀ ସମେତ ଜେଲ ଗଲେ ନକଲି ମଦ ମାଫିଆ ଅନୁଗୁଳ – ଅନୁଗୁଳ ରାଣିଗୁଡା ଠାରେ ଘରଭଡା ନେଇ ନକଲି ମଦ ରାକେଟ ଚଳାଇଥିବା ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ…
ଗଞ୍ଜେଇ ସହିତ ଟ୍ରାକ୍ଟର ଜବତ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ…