ଅପରାଧ ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ Angul OnlineSeptember 23, 2023September 23, 2023 ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସାମାନ୍ଯ ବଚସାରୁ ଏହି ହତ୍ଯାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତ ହତ୍ଯା କରିବା ପରେ ଫେରାର ହୋଇ ଯାଇଥିଲା l ଆଜି ସଦର ଥାନା ପୁଲିସ ଏହି ହତ୍ଯାକାଣ୍ଡ ଭିଆଇଥିବା ଅଙ୍ଗାରବନ୍ଧ ଗାଁର ୩୮ ବର୍ଷୀୟ ସୁଶାନ୍ତ ସାହୁକୁ ଗିରଫ କରିଛି l ସୁଚନା ଅନୁସାରେ ଗତ ୧୫ ତାରିଖ ରାତି ପ୍ରାୟ ୧୦ ଟା ବେଳେ ଅଙ୍ଗାରବନ୍ଧ ଗାଁର ଦିବ୍ଯ ରଂଜନ ବେହେରା @ ସୌମ୍ଯ ରଂଜନ ଗାଁ ଛକରେ କିଛି ସାଙ୍ଗ ମାନଙ୍କ ସହ ବସିଥିଲେ l ତେବେ ସେତିକିବେଳେ ମୋଟରସାଇକେଲରେ ସୁଶାନ୍ତ ସାହୁ ଘଟଣା ସ୍ଥଳରେ ପହଂଚି ଥିଲା l ପୂର୍ବରୁ ହୋଇଥିବା କୌଣସି ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା l ଅନ୍ଯ ମାନେ ଉଭୟଙ୍କୁ ଏଥିରୁ ନିବୃତ କରିବା ପରେ ଦିବ୍ଯ ଘଟଣା ସ୍ଥଳରୁ ଚାଲି ଯାଉଥିଲେ l ଏତିକିବେଳେ ସୁଶାନ୍ତ ହଠାତ ଏକ ବାଉଁଶ ବାଡିରେ ଦିବ୍ଯଙ୍କ ମୁଣ୍ଡ ପଛକୁ ପିଟି ଦେଇଥିଲା l ଦିବ୍ଯ ତଳେ ପଡିଯିବା ପରେ ସୁଶାନ୍ତ ଆହୁରି ମାଡ ମାରି ନିକଟରେ ଥିବା ଏକ ପୋଖରୀକୁ ଦିବ୍ଯକୁ ଠେଲି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା l ପରେ ଗାଁର କିଛି ଲୋକ ଦିବ୍ଯକୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଅନୁଗୁଳ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଦିବ୍ଯଙ୍କୁ ମୃଲ ଘୋଷଣା କରିବା ପରେ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରା ଯାଇଥିଲା l ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରି ସୁଶାନ୍ତ ହତ୍ଯାକାଣ୍ଡ କରିଥିବା ଜାଣିବାକୁ ପାଇଥିଲା l ତେବେ ସୁଶାନ୍ତ ଫେରାର ହୋଇ ଯାଇଥିବା ବେଳେ ଆଜି ପୁଲିସ ତାକୁ ଗିରଫ ଅରିବାକୁ ସକ୍ଷମ ହୋଇଥିଲା l Advertisement
ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବନ୍ଦ ହୋଇ ପଡିଥିବା କାଇମେଟ ଡିପ୍ଲୋମା ବିଦ୍ୟାଳୟରୁ ଲୁହା ଚୋରୀକରି ଏକ ପିକଅପ ଭ୍ୟାନ କବାଡିରେ ବିକ୍ରିକରି ଫେରୁଥିବା ବେଳେ…
ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଆକ୍ରମଣ କରିଥିବା…
ନିଖୋଜ ସରପଞ୍ଚଙ୍କୁ ଠାବ କଲା ପୁଲିସ – ଅପହରଣ ହୋଇଥିଲେ ନା ନିଜେ ରଚିଥିଲେ ନାଟକ !! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରା ଯାଇଥିବା ଗତକାଲି ରାତିରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ…