ଅପରାଧ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ଲାଞ୍ଚୁଆ ଭି ଏଲ ଡବ୍ଲୁ Angul OnlineSeptember 30, 2023September 30, 2023 ଅନୁଗୁଳ – ୨୦୧୪ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଜଣେ ଅବସରପ୍ରାପ୍ତ ଭି ଏଲ ଡବ୍ଲୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବସ୍ତ୍ୟ ହେବା ପରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ କଣିହାଁ ବ୍ଲକ ହରିହାରପୁର ଗାଁର ସର୍ବେଶ୍ୱର ପାଣି ୨୦୧୪ ମସିହାରେ ତାଳଚେର ବ୍ଲକରେ କାର୍ଯ୍ୟରତ ଥିଲେ । ସେତେବେଳେ ସେ ଇନ୍ଦିରା ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଠାରୁ ତୃତୀୟ କିସ୍ତି ବିଲ ପାସ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଅନୁଗୁଳ ସ୍ପେସିଆଲ ଜଜ ଭିଜିଲାନ୍ସ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ତାଙ୍କ ପେନସନ ବନ୍ଦ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅନୁଗୁଳ ଭିଜିଲାନ୍ସ କୋର୍ଟର ସ୍ପେସିଆଲ ପି ପି ଦିଲୀପ କୁମାର ମହାନ୍ତି ମାମଲାର ପରିଚାଳନା କରିଥିଲେ । Advertisement
ମହିଳାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ମିଳିଛି ଏକ ବଡ଼ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଏହି ବେପାରରେ କିଙ୍ଗପିନ କୁହା…
ସିରିଜ ଲୁଟ – ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ସୁନା ଲାପଟପ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ । ଲୁଟେରା ଗ୍ୟାଙ୍ଗ ତାଳଚେର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ କିଛି…
ଯୁବତୀଙ୍କୁ ବସ ମାଲିକଙ୍କ ପୁଅଙ୍କ ଅସଦାଚରଣ ଅଭିଯୋଗ – ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଜଣେ ଯୁବତୀ ଅନୁଗୁଳରୁ କୋଶଳା ଆସିବା ପାଇଁ ବସରେ ଚଢ଼ିବା ବେଳେ ଅନୁଗୁଳ ବସଷ୍ଟାଣ୍ଡରେ ଠାରେ…