ଅପରାଧ ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା Angul OnlineOctober 1, 2023October 1, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଏଫ ସି ଆଇ ନିଉ ମାର୍କେଟର ଜଣେ ବ୍ୟବସାୟୀଙ୍କ ଠାରୁ ଥର ଥର କରି ୭ ଲକ୍ଷ ୧୨ ହଜାର ଟଙ୍କା ସାଇବର ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଳଚେର ଗୁରୁଦ୍ୱାର ଅଞ୍ଚଳର ବାଳମୁକୁନ୍ଦ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏଫ ସି ଆଇ ନିଉ ମାର୍କେଟରେ ଏକ ଦୋକାନ ଦେଇଛନ୍ତି । ଗତ ସେପ୍ଟେମ୍ବର ମାସ ୨ ତାରିଖରେ ତାଙ୍କ ୱାଟସଆପକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ପାର୍ଟ ଟାଇମ ଜବ କରିବାକୁ ଅଫର ଥିବା ବେଳେ ଏକ ଟେଲିଗ୍ରାମ ଲିଙ୍କ ଦୁଆ ଯାଇଥିଲା । ସେହି ଲିଙ୍କକୁ କ୍ଲିକ କରିବା ପରେ ତାଙ୍କୁ ଅନଲାଇନରେ କିଛି କାମ କରିବାକୁ ନିର୍ଦେଶ ଆସିଥିଲା । ବାଳମୁକୁନ୍ଦ କାମ କରିଦେବା ପରେ ତାଙ୍କ ଆକାଉଣ୍ଟକୁ ୬୨୦ ଟଙ୍କା ଆସିଥିଲା । ଏହା ପରେ ଅଧିକ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଆଉ ଗୋଟିଏ କାମ କରିଵାକୁ ନିର୍ଦେଶ ଆସିଥିଲା । କିନ୍ତୁ ଏଥିପାଇଁ କିଛି ଟଙ୍କା ଦେଵାକୁ ନିର୍ଦେଶ ଆସିଥିଲା । ପୂର୍ବରୁ ଟଙ୍କା ଆସିଥିବାରୁ ସେ ବିଶ୍ୱାସରେ ଦ୍ଵିତୀୟ କାମ ପାଇଁ ୩ ହଜାର ଟଙ୍କା ଜମା କରିଥିଲେ ଆଉ କମା କରିଦେବା ପରେ ତାଙ୍କ ଆକାଉଣ୍ଟକୁ ୪୦୨୦ ଟଙ୍କା ଆସିଥିଲା । ଏହାପରେ ଅଧିକ କାମ କରିବା ଆଉ ଅଧିକ ରୋଜଗାର କରିବାର ଲୋଭ ଦେଖାଇ ଥିଲା ଦୁର୍ବୃତ୍ତ । ହେଲେ ପରବର୍ତ୍ତୀ କାମ ଭୁଲ ହୋଇଗଲା କହି ଆଉ ଟଙ୍କା ଫେରସ୍ତ ନ ଦେଇ ଭୁଲ ସୁଧାରିବାକୁ ଆଉ ଅଧିକ ଟଙ୍କାରେ ଅଧିକ କାମ ଦେଇଥିଲା । ହେଲେ ବାରମ୍ବାର ଭୁଲ ହୋଇଗଲା କହି ଦୁର୍ବୃତ୍ତ ଟଙ୍କା ଲୁଟି ଚାଲିଥିଲା । ବାଳମୁକୁନ୍ଦ ଠକାମୀର ଶିକାର ହୋଇଥିବା ବୁଝିବା ବେଳକୁ ସାଇବର ଲୁଟେରା ତାଙ୍କ ଠାରୁ ୭ ଲକ୍ଷ ୧୨ ହଜାର ଟଙ୍କା ଲୁଟି ନେଇ ସାରିଥିଲା । ଠକାମୀର ଶିକାର ହୋଇଥିବା ଜାଣିବା ପରେ ବାଳମୁକୁନ୍ଦ ଅନୁଗୁଳ ସାଇବର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…
ଜ୍ଵାଇଁ ଘର ନିକଟରୁ ଶଶୁରଙ୍କ ଝୁଲନ୍ତା ଶବ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଶିତଲା ହଟିଙ୍ଗ ଅଞ୍ଚଳର ଏକ ଗଛରେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ…
ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ…