ଆଞ୍ଚଳିକ ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର Angul OnlineOctober 2, 2023October 2, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ମୃତ ଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ତାଳଚେର ଗୁରୁଜାଙ୍ଗୁଲି ଗାଁର ବିନୋଦ କୁମାର ଧର ବୋଲି ଜଣା ପଡିଛି ।ସୁଚନା ଅନୁସାରେ ବିନୋଦ କୁମାର ଧର ଜରପଡାରେ ଥିବା ରେଳ ଷ୍ଟେସନରେ ୨୦୧୯ ମସିହାରୁ ରେଳବିଭାର ପଏଣ୍ଟ ମ୍ୟାନ ଭାବରେ କାର୍ଯ୍ୟ କରୁଥିବା ବେଳେ ସୋମବାର ସକାଳ ୭ଟା ସମୟରେ ତାଙ୍କର ମୃତ ଦେହ ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ପଡିଥିବା କିଛି ଲୋକ ଦେଖି ରେଲୱେ ପୁଲିସକୁ ଖବର ଦେବା ସହିତ ଜରପଡା ପୁଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଜରପଡା ଓ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ କରିଛନ୍ତି । ପ୍ରାଥମିକ ତଦନ୍ତରୁ ବିନୋଦ ଆତ୍ମହତ୍ଯା କରିଥିବା ସନ୍ଦେହ କରା ଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିବା ଜଣା ପଡିଛି । Advertisement
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…
ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ…