ଆଞ୍ଚଳିକ ଶିକ୍ଷକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା Angul OnlineOctober 8, 2023October 8, 2023 ଅନୁଗୁଳ – ଅନୁଗୁଳ ବ୍ଲକ୍ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି । କିଛିଦିନ ହେଲା ସେ ଲିଭରଜନିତ ରୋଗର ଶିକାର ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇପୁଅ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ପ୍ରିୟବ୍ରତ ପ୍ରଧାନଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ମୃତ୍ୟୁ ପରେ ମରଶରୀରକୁ ଇଙ୍କରବନ୍ଧସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଏଠାରେ ଶହ ଶହ ଗ୍ରାମବାସୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଗ୍ରାମ୍ୟ ପରିକ୍ରମା କରାଯାଇ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ରବିବାର ସନ୍ଧ୍ୟାରେ ଇଙ୍କରବନ୍ଧ ଗ୍ରାମରେ ଏକ ଶୋକସଭା କରାଯିବା ସହ ମହମବତୀ ଶୋଭାଯାତ୍ରା କରାଯାଇ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଛି । ସ୍ବର୍ଗତ ପ୍ରଧାନ ଶରଧାପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ଇଙ୍କରବନ୍ଧ, କୁମୁରିସିଂହା ଓ ତଳଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ବହୁ ଛାତ୍ରଛାତ୍ରୀଙ୍କୁ ଗଢ଼ିଛନ୍ତି । ତଳଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ସେ ଇଙ୍କରବନ୍ଧ ଗ୍ରାମ୍ୟ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ, ସଂଗଠକ, ବୁଦ୍ଧିଜୀବୀ ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅନୁଗୁଳ – ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ…
ଜାତୀୟ ରାଜପଥରେ ପୁଣି ଏକ ମୁଣ୍ଡ ଗଡିଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୈନ୍ୟଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଆଉ ଅନେକ ଦିନ ପଥଚାରୀଙ୍କ ମୃତ୍ୟୁ…
ଜୋର ଜବରଦସ୍ତି କରୁଥିବା ନୂତନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ଗାଁ ମହିଳା ଅନୁଗୁଳ – ପଞ୍ଚାୟତରେ ଯେଉଁ ଜାଗାରେ ଅଧିକ ସରକାରୀ ଜାଗା ଅଛି ସେଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନ କରି ଜୋର ଜବରଦସ୍ତି ଏକ…