ଅପରାଧ ମଞ୍ଚାରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା Angul OnlineOctober 9, 2023October 9, 2023 ଅନୁଗୁଳ – (ଅନୁଗୁଳ ଅନଲାଇନ୍)-୦୯/୧୦ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ବିଲମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ କେହି ବେକକୁ ଆକ୍ରମଣ କରି ହତ୍ୟା କରିଛି । ସୂଚନା ଅନୁସାରେ ଗାଁର ବିଶ୍ୱନାଥ ବର୍ଗିଆ ଗତକାଲି ସନ୍ଧ୍ୟାରେ ଘର ନିକଟରେ ଥିବା କନ୍ଦମୂଳ ଚାଷ ଜମିରେ ଫସଲ ଜଗିବାକୁ କରିଥିବା ମଞ୍ଚାରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ବିଶ୍ୱନାଥ ଯନ୍ତ୍ରଣାରେ ବେକରେ ହୋଇଥିବା କ୍ଷତକୁ ଗାମୁଁଛାରେ ଚାପି ଘର ପାଖକୁ ଦୌଡି ଯାଇ ଚିତ୍କାର କରିଥିଲେ । ବିଶ୍ୱନାଥଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲା । ତେବେ କଣ ହୋଇଛି ବୁଝିବା ବେଳକୁ ବିଶ୍ୱନାଥ ସେହିଠାରେ ଟଳି ପଡିଥିଲେ । ଖବର ପାଇ ପୁଲିସ ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନାହିଁ । Advertisement
ଭେଣ୍ଡିଂ ଜୋନରୁ ବ୍ରାଉନସୁଗାର ଜବତ , ଚାରି ଗିରଫ ଅନୁଗୁଳ – ପାର୍ବଣ ବେଳେ ଆକ୍ଟିଭ ମୋଡରେ ଅନୁଗୁଳ ଜିଲ୍ଲା ପୁଲିସ । ମୁଖ୍ଯତଃ ବ୍ରାଉନସୁଗାର ବେପାରୀ ଓ ବେପାର ଉପରେ ଏହି ସମୟରେ ପୁଲିସ କଡା…
ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ…
ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୭୬ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା ବେଲେ ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ…