ମୁଖ୍ୟ ଖବର ଅସହାୟ ବୃଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ – ଟ୍ରଲିରେ ବୋହି ସତ୍କାର କଲେ ସରପଞ୍ଚ Angul OnlineOctober 10, 2023October 11, 2023 ପାଲଲହଡା- ହଜିଗଲା ମାନବିକତା, ମିଳିଲାନି ଚାରି କାନ୍ଧ I ବାଧ୍ଯ ହୋଇ ସରପଞ୍ଚ ଟ୍ରଲିରେ ବୋହି ନେଇ ଅସହାୟ ବୃଦ୍ଧାଙ୍କ ଶବକୁ ସତ୍କାର କରିଥିଲେ I ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡର ଛାତି ଉପରେ ଥିବା ସାମନ୍ତସାହିରେ I ପାଲଲହଡ଼ା ଉପଖଣ୍ଡ ସଦରମହକୁମା ନିଜିଗଡ଼ ପଞ୍ଚାୟତର ସାମନ୍ତସାହିର ଯଦୁମଣି ମହାପାତ୍ରଙ୍କ ସ୍ତ୍ରୀ ଦେବକୀ ମହାପାତ୍ର କେବେ ଠାରୁ ନିଜ ଘରେ ଏକା ରହି ଆସୁଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଏକାକୀ ଜୀବନଯାପନ କରୁଥିଲେ ଦେବକୀ। ଏକାକି ଜୀବନର ସାହାରା ପାଲଟିଥିଲେ ଜଣେ ସମ୍ପର୍କିୟ ଭର୍ନକ୍ଷମ ଝିଆରୀ । ସାହିପଡ଼ିଶା ତଥା କିଛି ଦୂର ସମ୍ପର୍କୀୟଙ୍କ ସହାୟତାରେ ନିଜ ଗୁଜୁରାଣ ମେଣ୍ଟାଉଥିବା ବେଳେ ଦାଉ ସାଧିଲା ରୋଗ । ଦୀର୍ଘଦିନ ହେବ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ପାଲଟିଗଲେ ଦେବକୀ । ନିଜର ସକ୍ଷମ ଅନୁସାରେ ସେବା କରୁଥିଲେ ଝିଆରୀ I ମାତ୍ର ସମୟକ୍ରମେ ଶୋଇ ଶୋଇ ଦେହରେ ଅନେକ ଜାଗାରେ ଘାଆ ହୋଇ ପୋକ ହୋଇଯାଇଥିଲ । ଏହାପରେ ଦୁରେଇ ଯାଇଥିଲେ ସମସ୍ତେ , ବେଳେବେଳେ ଝିଆରୀ ଖାଇବା ପିଇବାର ବ୍ୟବସ୍ତା କରୁଥିଲେ ମଧ୍ୟ ସମୟକ୍ରମେ ସେ ମଧ୍ଯ ଦୁରେଇ ଗଲେ । ପାଲଲହଡ଼ାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମା କୁଣ୍ଢେଇବିରା ସେବା ସଂଗଠନ ର କାର୍ଯ୍ୟକର୍ତ୍ତାମାନେ ଖବର ପାଇ ଡାକ୍ତରଙ୍କ ସହଯୋଗରେ ସେବା କରିଥିଲେ I କିନ୍ତୁ ମଙ୍ଗଳବାର ୮୦ ବୟସ ପାଖାପାଖିରେ ଦେବକୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦେହରେ ପୋକ ହୋଇଯାଇଥିବାରୁ ଶବ ସତ୍କାର ପାଇଁ କେହି ଆସିଲେ ନାହିଁ । ଅନେକ ସମୟ ଧରି ଶବ ପଡି ରହିବା ପରେ ସ୍ଥାନୀୟ ନିଜିଗଡ଼ ସରପଞ୍ଚ ଶଶୀଭୂଷଣ ଆଚାର୍ଯ୍ୟଙ୍କ ହସ୍ତକ୍ଷେପ ପରେ ନାଏବ ସରପଞ୍ଚଙ୍କ ସହଯୋଗରେ ଏକ ମାଲ୍ ବୁହା ଟ୍ରଲି ସାହାଯ୍ଯରେ ଦେବକୀଙ୍କ ମୃତ ଶରୀରକୁ ଜେସିବି ସହାଯ୍ଯରେ ଗାତ ଖୋଳି ପୋତା ଯାଇଥିଲା l ମାଲବାହୀ ଟ୍ରଲି ସାହାଯ୍ୟ ରେ ଦେବକୀଙ୍କ ମୃତ ଶରୀରକୁ ବିଚ ରାସ୍ତାରେ ବୁହା ହେଉଥିବା ବେଳେ ସମସ୍ତେ ଏହି ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ସାମାଜିକ ଚଳନୀର ଦ୍ୱାହି ଦେଇ ଅସହାୟ ବୃଦ୍ଧାଙ୍କ ମରାଶରୀରକୁ ଚାରି କାନ୍ଧ ନଦେବା ଘଟଣା ଆଜିର ସଭ୍ୟ ସମାଜ ପ୍ରତି ଉପହାସ ହେଲାପରି ମନେ ହେଉଥିଲା I Advertisement
ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗିରିଧିବାସିଆ…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…
ଅଶ୍ବିନୀ ପାଇବେ ରାଜ୍ଯପାଳ ପଦକ ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା…