ମନୋରଞ୍ଜନ ଜମୁଛି ଡାଇମଣ୍ଡ ସର୍କସ – ଲାଗୁଛି ଭିଡ Angul OnlineOctober 14, 2023October 14, 2023 ଫାୟାର ଶୋ , ରିଙ୍ଗ ଡ୍ୟାନ୍ସ ସହ ଭୟଙ୍କର ମୋଟରସାଇକେଲ ଶୋ ଦର୍ଶକଙ୍କ ମନ ମୋହୁଛି ଅନୁଗୁଳ – ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ଅନୁଗୁଳ ସହରରେ ଡାଇମଣ୍ଡ ସର୍କସ ନିଜର ପ୍ରଦର୍ଶନୀ କରିବ । ବିଭିନ୍ନ ସୋ ପ୍ରଦର୍ଶନ ସହ ରହିଛି ପୋଲ ଖେଳ , ଫାୟାର ଶୋ , ଭୟଙ୍କର ମୋଟରସାଇକେଲ ଶୋ , ରିଙ୍ଗ ଡ୍ୟାନ୍ସ ଆଦିରେ କାଳକାର ମାନେ ନିଜର ପରାକାଷ୍ଠା ପ୍ରଦର୍ଶିତ କରିବେ । ଅନୁଗୁଳ ସହର ପିଟିସି ପଡ଼ିଆରେ ପଡ଼ିଛି ଏହି ଡାଇମଣ୍ଡ ସର୍କସ । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଡାଇମଣ୍ଡ ସର୍କସ ଆସନ୍ତା ମାସ ୫ ତାରିଖ ଯାଏ ଚାଲିବ । ପାର୍ବଣର ଋତୁରେ ପୂଜା ଦେଖିବା ସାଙ୍ଗକୁ ସର୍କସର ମଜା ଲୋକ ଉଠାଇ ପାରିବେ । ବହୁ ଦିନ ପରେ ଅନୁଗୁଳ ସହରକୁ ସର୍କସ ଆସିଥିବାରୁ ଏହା ଅନୁଗୁଳବାସୀଙ୍କୁ ମଜାଦାର ଖୋରାକ ଯୋଗାଇବ । ସର୍କସରେ ପଶୁପକ୍ଷୀଙ୍କ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ନାଇଜେରିଆ କଳାକାରଙ୍କ ଦଉଡ଼ି ଖେଳ, ଜିମ୍ନାଷ୍ଚିକ୍ ଆଦିର ମଜା ନେଇପାରିବେ ଦର୍ଶକ । ସର୍କସର ସମୟ ଅଢେଇ ଘଣ୍ଟା ହେବ । ପ୍ରତିଦିନ ୩୦ ରୁ ୩୨ ଟି ଆଇଟମ୍ ରହିବ । ଟିକେଟ୍ ମୂଲ୍ୟ ରହିଛି ୧୦୦, ୧୫୦ ଏବଂ ୨୦୦ ଟଙ୍କା ରହିଛି। ଦିନରେ ତିନିଟି ସୋ ପ୍ରଦର୍ଶନୀ ହେବ । ଅପରାହ୍ନ ୧ ଟା, ୪ ଟା ଏବଂ ୭ ଟା ରେ ଏହି ତିନୋଟି ସୋ ହେବ । Advertisement
କଳାକାରର ବୋଇତ ବନ୍ଦାଣ ଉତ୍ସବ – ନୌବାଣିଜ୍ୟ ଇତିହାସର ଗାଥା କଲା ପୁନର୍ଜୀବିତ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି ।…
ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା ଅନୁଗୁଳ – ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ…
ଜିଲ୍ଲାରେ ଦୋଳଯାତ୍ରା ଏବଂ ହୋଲି ମନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହୋଲି ଏବଂ ଦୋଳଯାତ୍ରା ଉପରେ ଲାଗିଛି କଟକଣା । ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ହେବାକୁ ଥିବା “ଦୋଳଯାତ୍ରା ଏବଂ…