ଅପରାଧ ପାରିବାରିକ କଳହରୁ ଯୁବକଙ୍କୁ ପିଟିପିଟି ହତ୍ଯା ! Angul OnlineOctober 17, 2023October 17, 2023 ଅନୁଗୁଳ – ପାରିବାରିକ କଲହରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୁଇଁ ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣଙ୍କ ସେହି ଗାଁର ୨୩ ବର୍ଷୀୟ ସଚିଦା ଓରଫ କାଫୁଲୁ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତକ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ତିକ୍ତତା ହୋଇଥିଲା । ଗତକାଲି ସଂଧ୍ଯାରେ ସମ୍ପର୍କୀୟଙ୍କ ଘରେ କେହି ପୁରୁଷ ଲୋକ ନଥିବା ବେଳେ ସଚିଦା ଘରେ ପଶି ପାଟିତୁଣ୍ଡ କରିଥିଲେ । ଆଜି ଏହି ଘଟଣାକୁ ନେଇ ସମ୍ପର୍କୀୟ ମାନେ ମିଳିମିଶି ସଚିଦାଙ୍କ ସହ ପାଟିତୁଣ୍ଡ କରିଥିଲେ । ମୃତକ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବାବେଳେ ଯୁବକଙ୍କ ସମ୍ପର୍କୀୟମାନେ ସଚିଦାଙ୍କୁ ବାନ୍ଧି ମାଡ଼ ମାରିଥିବା ବେଳେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ସଚିଦାସମ୍ପର୍କୀୟ ମାନେ ଫେରାର ହୋଇ ଯାଇଥିଲେ । ଘଟଣା ବିଷୟରେ ଖବର ପାଇ ପୁରୁଣାକୋଟ ପୋଲିସ ପହଁଚି କେଉଁ କାରଣ ଓ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହେଲା ସେ ନେଇ ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଛେଦ ନିମନ୍ତେ ଅନୁଗୁଳ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି । Advertisement
କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ…
ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ…
ପିସ୍ତଲ ଓ ଗୁଳି ସହ ଦୁର୍ଦାନ୍ତ ଅପରାଧି ତୁଫାନ ଗିରଫ ଅନୁଗୁଳ – ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କଲା ଅନୁଗୁଳ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ଅନୁଗୁଳ ସହର ରାଧାରମଣପଡାର…