ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା

ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ  କରା ଯାଇଥିବା ନେଇ ଅଭିଯୋଗ ହୋଇଛି । ଅନୁଗୁଳ ଟାଉନ ଥାନାରେ ହୋଇଥିବା ଏହି ଅଭିଯୋଗ ଅନୁସାରେ ପ୍ରକାଶ ଯେ ସହର ଉପକଣ୍ଠସ୍ଥ ଅଞ୍ଚଳର ଜଣେ ନାବାଳିକାଙ୍କ ମୁହଁ ସହ ଏକ ଅଶ୍ଳୀଳ ପୋଷାକ ପିନ୍ଧିଥିବା ମହିଳା ଶରୀରର ଫଟୋକୁ ଯୋଡ଼ାଯାଇ କେହି ଜଣେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛି । ନାବାଳିକା ଜଣକ ଏହା ଜାଣିବା ପରେ ରବିବାର ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଅନୁଗୁଳ ଟାଉନ ଥାନା ପୁଲିସ ସାଇବର ଅପରାଧ ଧାରାରେ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page