ଅପରାଧ ପୂଜା ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ତିନି ଗିରଫ Angul OnlineOctober 28, 2023October 28, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗାଁରେ କାଳୀପୂଜା ପାଇଁ ବିଭିନ୍ନ ଯାନବାହାନରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଛେଣ୍ଡିପଦା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିପଟ୍ଟା ଗ୍ରାମରେ ବେଆଇନ ଚାନ୍ଦା ଆଦାୟ ହେଉଥିବା ପୁଲିସ କଣ୍ଟ୍ରୋଲ ରୁମରୁ ଖବର ପାଇଥିଲେ । ଖବର ପାଇ ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଁଚି କିଛି ଯୁବକ ଲାଠି ଧରି ଟ୍ରକରୁ ଚାନ୍ଦା ଆଦାୟ କରୁଥିବା ଦେଖିବାକୁ ପାଇଥିଲେ । ପୁଲିସକୁ ଦେଖି ଯୁବକ ମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ବାଲିପଟ୍ଟା ଗ୍ରାମର ଉମାକାନ୍ତ ପ୍ରଧାନଙ୍କୁ କାବୁ କରିଥିଲା । ଉମାକାନ୍ତଙ୍କୁ ପଚରାଉଚରା କରିବା ପରେ ସେମାନେ ଚାନ୍ଦା ଆଦାୟ କରୁଥିବା ସ୍ୱିକାର କରିଵା ସହିତ ସାଥି ମାନଙ୍କ ନାମ ପ୍ରକାଶ କରିଥିଲେ । ପୁଲିସ ଉମାକାନ୍ତଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ ହୋଇଥିବା ୨୧୬୦ ଟଙ୍କା ଜବତ କରିଥିଲେ । ବେଆଇନ ଚାନ୍ଦା ଆଦାୟ କରୁଥିବା ନେଇ ପୋଲିସ ଛେଣ୍ଡିପଦା ଥାନା କେସ ନଂ ୪୫୬/୨୩ରେ ଏକ ମାମଲା ରୁଜୁ କରିଵା ସହିତ ଉକ୍ତ ଘଟଣାର ତଦନ୍ତ କରି ଉମାକାନ୍ତ ପ୍ରଧାନ , ସୁଧାକର ଦେହୁରୀ ଓ ତପନ କୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…
ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ…
ରାତି ଅଧରେ ରାସଲୀଳା ଉଦ୍ୟମ – ବନ୍ଧା ହେଲା ରଙ୍ଗିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀଙ୍କ ଏବେ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ପୁଲିସ…