ମୁଖ୍ୟ ଖବର ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ Angul OnlineNovember 1, 2023November 1, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ମହଜୁଦ ଥିବା ଖବର ପାଇ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ବେଳେ ଏକ ଭଡା ଘରୁ ଏହି ବେଆଇନ ମହଜୁଦ ବାଣ ଜବତ ହୋଇଥିଲା । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ସୂଚନା ଅନୁସାରେ ତାଳଚେର ବାଘୁଆବୋଲ ଅଞ୍ଚଳର ରାଜେନ୍ଦ୍ର ବାଇ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଭଡା ସୂତ୍ରରେ ନେଇ ରେମୁଆଁ ଅଞ୍ଚଳର ରଶ୍ମିତା ଅଧିକାରୀ ନାମକ ଜଣେ ମହିଳା ବେଆଇନ ଭାବେ ବାଣ କୁ ମହଜୁଦ ରଖି ବାଣ ବ୍ୟବସାୟ କରୁଥିଲେ । ପୁଲିସ ଉଭୟ ବାଣ ବେପାରୀ ଓ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ବାଣ ରଖିଥିବା ବେପାରୀଙ୍କ କହିବା କଥା ସେ ବାଣ ବିକ୍ରି ପାଇଁ ଦରକାର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଏପଟେ ବିନା ଲାଇସେନ୍ସରେ ବିକ୍ରି ହେଉଥିବା ଜାଣି ଚଢ଼ାଉ ପରେ ପ୍ରାୟ ୫୦ ପ୍ରକାରର ୧୮ ହଜାରରୁ ଅଧିକ ପ୍ୟାକେଟ ବାଣ ଜବତ ହୋଇଛି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮…
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୨ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ୨ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ…