ମୁଖ୍ୟ ଖବର ବନ୍ଦେ ଭାରତ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ Angul OnlineNovember 3, 2023November 3, 2023 ଅନୁଗୁଳ – ଅନୁଗୁଳ ଷ୍ଟେସନ ଦେଇ ଯାଉଥିବା ବନ୍ଦେ ଭାରତ ଆଗକୁ ଡେଇଁ ଆତ୍ମହତ୍ଯା କରିବାକୁ ଉଦ୍ଯମ କରୁଥିବା ବେଳେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଳ୍ପକେ ବଞ୍ଚି ଯାଇଛନ୍ତି ଯୁବକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସୁଚନା ଅନୁସାରେ ଗୁରୁବାର ସକାଳେ ବନ୍ଦେ ଭାରତ ଅନୁଗୁଳ ଷ୍ଟେସନ ଛଡିବା ସମୟରେ ହଠାତ କୁଣ୍ଢେଇଗୋଳା ଥାନା ଷେଣ୍ଢା ଗାଁର ସମୀର ରଞ୍ଜନ ଶତପଥୀ ନାମକ ଜଣେ ଯୁବକ ହଠାତ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ତେବେ ଟ୍ରେନର ଡ୍ରାଇଭର ଏହା ଦେଖି ଟ୍ରେନର ବ୍ରେକ ଲଗାଇ ଦେଇଥିଲେ । ଟ୍ରେନ ମଧ୍ୟ ମନ୍ଥର ଗତି ଥିବାରୁ ଟ୍ରେନ ରହି ଯାଇଥିଲା । ତେବେ ସମୀରଙ୍କୁ ଟ୍ରେନ ସାମାନ୍ଯ ଧକ୍କା ଦେବା ଫଳରେ ସମିର ଆହତ ହୋଇଥିଲେ । ଖବର ପାଇ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମିରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସମୀର ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ସେ କାହିଁକି ଆତ୍ମହତ୍ଯା ଉଦ୍ଯମ କରିଥିଲେ ତାହା ଜଣା ପଡି ନାହିଁ । Advertisement
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…
ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ…
ଟ୍ରକ ପଛରେ ବାଡେଇ ହୋଇ ଜଣେ ମୃତ ୨ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ କାଉଁଶୀରିପାଲି ଛକ ନିକଟରେ ଆଜି(ଶନିବାର) ସନ୍ଧ୍ୟା ପ୍ରାୟ ୭ ଟା ସମୟରେ…