ମୁଖ୍ୟ ଖବର ବୋଇତ ବନ୍ଦାଣ ବେଳେ ଅଘଟଣ – କେନାଲରେ ଭାସି ଯାଇ ଯୁବକ ମୃତ Angul OnlineNovember 27, 2023November 27, 2023 ଅନୁଗୁଳ – ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର , ସମଲ ରାଇଟ କେନାଲରେ ଘଟିଛି । ମୃତ ଯୁବକ ଜଣଙ୍କ ପାଲଲହଡ଼ା ଚଷାଗୁରୁଜାଙ୍ଗର ଆଶିଷ କୁମାର ସାହୁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଆଶିଷ ଛୋଟ ବେଳୁ ତାଙ୍କ ମାମୁଁ ଘର କଙ୍କିଳି ଗାଁରେ ରହି ଆସୁଥିଲେ । ସେ ଏକ ଘରୋଇ ଗାଡି ଫାଇନାନ୍ସ କମ୍ପାନୀରେ ଚାକିରୀ ମଧ୍ୟ କରିଥିଲେ । ଆଜି ସକାଳେ ସେ ଗାଁ ଯୁବକ ମାନଙ୍କ ସହ ଡଙ୍ଗା ଭସାଇବାକୁ କେନାଲକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିକୁ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ପାଣିରୁ ଉଦ୍ଧାର କରି ମଣ୍ଡାପାଳ ହସପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି…
ଖାଲି ପଡ଼ିଛି ବହୁ ପୁଲିସ ପଦବୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରହିଥିବା ଥାନା ଗୁଡିକକରେ ଖାଲି ପଡ଼ିଛି ଅନେକ ପୁଲିସ୍ ପଦବି । ଏସ୍ଇରୁ ଏଏସ୍ଆଇ , ହାବିଲ୍ଦାରରୁ କନେଷ୍ଟବଳ ପର୍ଯ୍ୟନ୍ତ ଡ୍ରଜନ…
ପ୍ରାତଃ ଭ୍ରମଣ କରୁଥିବା ବେଳେ ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଜାତୀୟ ରାଜପଥ କଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି I ଆଜି(ରବିବାର୍)…