ଅପରାଧ ଲୁଟ ଘଟଣାର ଅଭିଯୁକ୍ତ ଗିରଫ – ଲୁଟେରାଙ୍କୁ ଧରିବା ବେଳେ ପୁଲିସକୁ ଆକ୍ରମଣ Angul OnlineNovember 28, 2023November 28, 2023 ଅନୁଗୁଳ-୨୮/୧୧- ଅନୁଗୁଳ ସହର ଡିଆଇସି ଛକ ନିକଟ ଫ୍ଲିପକାର୍ଟ୍ ଅଫିସ୍ରୁ ଗତ ମେ’ ମାସ ୧୫ ତାରିଖ ରାତି ଲୁଟପାଟ ମାମଲାରେ ଅନୁଗୁଳ ଟାଉନ୍ ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ, ଅନୁଗୁଳ ରାଧାରମଣପଡ଼ାର ଚନ୍ଦୁ ଓରଫ ସତ୍ୟବ୍ରତ ନାଏକ(୨୬) ଓ ଆଶିଷ କୁମାର ପାଗଡ଼(୨୮) । ସୂଚନା ଅନୁସାରେ , ଗତ ମେ’ ମାସ ୧୫ ତାରିଖ ରାତି ଡିଆଇସି ଛଳ ନିକଟରେ ଥିବା ଫ୍ଲିପକାର୍ଟ ଅଫିସରେ ୪ ଜଣ ମୁଖା ପିନ୍ଧା ଯୁବକ ହଠାତ ଅଫିସରେ ଧସେଇ ପସିବା ସହ କର୍ମତାରୀଙ୍କୁ ମାଡ ମାରି ୨ଟି ମୋଟାଇଲ ସହ ଲକର ଭାଙ୍ଗି ୨ ଲକ୍ଷ ୩୩ ହଜାର ୯୮୩ ଟଙ୍କା ଲୁଟି ନେଇଥିଲେ । ଲୁଟ ପରେ ଦୁର୍ବୃତ୍ତ ମାନେ ମୋଟରସାଇକେଲରେ ଚମ୍ପଟ ମାରିଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସେବେଠାରୁ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲେ । ତେବେ ଦୁଇ ଅଭିଯୁକ୍ତ ଚନ୍ଦୁ ଓ ଆଶିଷ ଗତକାଲି ସନ୍ଧ୍ୟାରେ ସେମାନଙ୍କ ଘର ସାମ୍ନାରେ ବସିଥିବା ପୁଲିସ ଖବରପାଇଥିଲା । ଖବର ପାଇବା ପରେ ଟାଉନ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଚଡ଼ଉ କରିଥିଲା । ତେବେ ପୁଲିସକୁ ଦେଖି ଉଭୟ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା । ତେବେ ସେଠାରେ ଥିବା ଅଭିଯୁକ୍ତ ଚନ୍ଦ୍ରର ପରିବାର ଲୋକ ପୁଲିସକୁ ବିରୋଧ କରିଥିଲେ । ଏପରିକି ପୁଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ । ଏଥିରେ ଜଣେ ପୁଲିସ ଏସଆଇ ଗୁରୁତର ହୋଇଥିବା ବେଳେ ପୁଲିସ ଗାଡ଼ି ମଧ୍ଯ ଭାଙ୍ଗି ଯାଇଥିବା ଜଣା ପଡିଛି । ପୁଲିସକୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ପୃଥକ ଏକ ମାମଲା ରୁକୁ କରି ଅଭିଯୁକ୍ତ ଚନ୍ଦ୍ରର ବାପା ଓ ମା’ଙ୍କୁ ମଧ୍ଯ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଲୁଟେରାଙ୍କ ନିକଟରୁ ୨ ଟି ମୋଟରସାଇକେଲ ଓ ମାରଣାସ୍ତ୍ର ଜବତ ମଧ୍ଯ କରା ଯାଇଛି । Advertisement
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା…
ବିପୁଳ ପରିମାଣର ନକଲି ମଦ , ଠିପି ଓ ମେସିନ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଛି ।…
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…