ଅପରାଧ ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ-ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ Angul OnlineNovember 29, 2023November 29, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ଅବବାହିକାରେ ଚଢାଉ କରି ବ୍ୟାପକ ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି l ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ନିକଟସ୍ତ ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ଲାଗିଥିବା ଖବର ପାଇଥିଲେ l ଏ ନେଇ ଛେଣ୍ଡିପଦା ଥାନା ଅଧିକାରୀ, ଅନୁଗୋଳ ଏସ୍ଡ଼ିପିଓ ରମାକାନ୍ତ ମାହାଳିକ ଓ ଛେଣ୍ଡିପଦା ତହସିଲଦାର ମାନସ ରାୟଙ୍କ ନେତୃତ୍ୱରେ ଏକ ଯୋଜନା କରାଯାଇ ମିଳିତ ଚଢ଼ାଉ କରିଥିଲେ l କଂକୁରପାଳ ବଡଯୋରା ନାଳ ଅବବାହିକାର ପ୍ରାୟ ୨୦ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ଚାଷ ହୋଇଥିବା ୨୦ ହଜାର ପରିପକ୍ୱ ଗଂଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଏହି ଗଞ୍ଜେଇ ଚାଷ କରିଥିବା ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଗିରଫ ଯୁବକ ମାନେ ହେଲେ କଂକୁରପାଳ ଗ୍ରାମର ଅରୁଣ ମାଝୀ ଓ ପପୁନ ବେହେରା ବୋଲି ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ପ୍ରକାଶ କରିଛନ୍ତି l ଚଢାଉରେ ଛେଣ୍ଡିପଦା ଥାନା ଏସ୍ଆଇ ରାଜେଶ ସତପଥୀ, ଏଏସଆଇ ଅରୁଣ ବେହେରା, ଶେଷଦେବ ସାମଲ, ବ୍ରହ୍ମଣବିଲ ରାଜସ୍ୱ ନିରୀକ୍ଷକ ଦୋଳମଣୀ ଭୋଇ ଓ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଥିଲେ । Advertisement
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଚୋରି କରିବାକୁ ଆସି ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ନିର୍ଦ୍ଧୂମ ଛେଚା ଖାଇଲେ ତିନି ଯୁବକ ଅନୁଗୁଳ – ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଲେ ୩ ଯୁବକ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ…