ଅପରାଧ ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ Angul OnlineNovember 30, 2023November 30, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଖାମାର ଥାନା ଅଂଚଳରେ ୨୦୨୦ ମସିହାରେ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜକ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜକ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ ରୁଦ୍ର ପ୍ରସାଦ ମହାପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କଣିହାଁ ଥାନା କିଆଝର ଗ୍ରାମର ହେମନ୍ତ କୁମାର ସାହୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ସହ ୧୪ ହଜାର ଟଙ୍କା ଜରିମନା ଓ ଜରିମନା ଅନାଦେୟ ଅଧିକ ଦେଢ ବର୍ଷ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହା ମାର୍ଚ୍ଚ ୪ ତାରିଖରେ ଖମାର ଥାନା ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅଭିଯୁକ୍ତ ବିବାହ ଓ ଚାକିରିର ପ୍ରତିଶ୍ରୁତି ଦେଇ ଅପହରଣ କରିନେବା ସହ ବଳାତ୍କାର କରିଥିଲା । ମାର୍ଚ୍ଚ ୪ ତାରିଖ ଅପରାହ୍ନ ୨ଟା ସମୟରେ ଛାତ୍ରୀଙ୍କୁ ଧରି ହେମନ୍ତ ଫେରାର ହୋଇ ଯାଇଥିଲା । ଖମାର ଅଞ୍ଚଳକୁ ମୋଟରସାଇକେଲରେ ନେବା ପରେ କାରରେ ନାବାଳିକାଙ୍କୁ ଧରି ରାଉରକେଲା ଚାଲି ଯାଇଥିଲା । ନାବାଳିକାକୁ ନେଇ ବାସନ୍ତୀ କଲୋନୀରେ ରଖି ବଳତ୍କାର କରିଥିଲା । ଏହି ଘଟଣାକୁ ନୈ ନାବାଳିକାଙ୍କ ବାପା ଖମାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ମେ ମାସ ୧୦ ତାରିଖ ଦିନ ନାବାଳିକାକୁ ବାସନ୍ତୀ କଲୋନୀରୁ ଉଦ୍ଧାର କରିଥିଲା । ସେଠାରୁ ଅଭିଯୁକ୍ତ ହେମନ୍ତଙ୍କୁ ମଧ୍ଯ ଗିରଫ କରି କୋର୍ଟଚାଲାଣ କରା ଯାଇଥିଲା । ଅତିରିକ୍ତ ଜିଲ୍ଲା ଓ ଦୌରାଳକ ତଥା ସ୍ତତନ୍ତ ପୋକ୍ସୋ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ୧୯ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ରୁଦ୍ର ପ୍ରସାଦ ମହାପାତ୍ର ଅଭିଯୁକ୍ତ ହେମନ୍ତକୁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସରୋଜ କୁମାର ପଟ୍ଟନାୟକ ମାମଲାକୁ ପରିଚାଳନା କରିଥିଲା । Advertisement
ଡିକି ଭାଙ୍ଗି ଟଙ୍କା ଲୁଟେରାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ଅନୁଗୁଳ – ଚୋରଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ । ଖୁଣ୍ଟ ରେ ବାନ୍ଧିଦେଲେ ଆଉ ତାପରେ ଯିଏ ପାରିଲା ବିଧା , ଆଣ୍ଠୁଆ ମାରି ଚାଲିଲା…
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…
ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ…