ଅପରାଧ ପ୍ରେମ ପାଇଁ ଅପହରଣ ପରେ ହତ୍ଯା – ଜଣେ ଗିରଫ , ତିନି ଫେରାର Angul OnlineDecember 9, 2023December 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ । ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ବିକାଶକୁ ହତ୍ୟା କରାଯାଇଥିଲା । ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ୩ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗ୍ରାମର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଏନେଇ ଜରପଡା ଥାନା କେସ ନଂ୩୯୧/୨୩ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା । ଅନୁଗୁଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା l ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ନିର୍ମଳ ପ୍ରଧାନଙ୍କ ପୁଅ ମାମୁଲି ଓରଫ ସଞ୍ଜିଲ ପ୍ରଧାନ (୨୬) l ଏହି ଘଟଣାରେ ଆହୁରି ଯୁବକଙ୍କର ସମ୍ପୃକ୍ତି ରହିଥିବା ପୁଲିସ କହିଛି । ପୁଲିସ କହିବା ଅନୁସାରେ ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ କୋରଡ଼ା ଗ୍ରାମର ବିକାଶ ବେହେରା କୋରଡ଼ା ଗାଁ ପାଣି ଟାଙ୍କି ନିକଟରେ ଫୋନରେ କଥା ହେଉଥିବା ବେଳେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ l ଏହାପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ କଣିହାଁ ଥାନା ସୀମାନ୍ତ ଵାରିହାପୁର ଜଙ୍ଗଲକୁ ନେଇ ସେଠାରେ ଏକ ଦଉଡି ସାହାଯ୍ୟରେ ବିକାଶର ଗଳା ଚିପି ହତ୍ୟା କରିଥିଲେ l ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗ୍ରାମକୁ ନେଇ ସେଠାରେ ଥିବା ଗଭୀରଆମ୍ବ ବନ୍ଧରେ ମୃତ ବିକାଶଙ୍କ ଦେହରେ ପଥର ବାନ୍ଧି ପକାଇ ଦେଇଥିଲେ l ଏହି ଘଟଣାରେ ପୋଲିସ ଛନଭିନ କରି କଣିହାଁ ଥାନା ମାମୁଲି ଓରଫ ସଂଜିଲ ପ୍ରଧାନକୁ ଗିରଫ କରିଥିଲା l ଗିରଫ ପରେ ସଞ୍ଜିଲ ପୋଲିସ ଆଗରେ ମୃତ ବିକାଶ ବେହେରା ହତ୍ୟା ଅଭିଯୁକ୍ତ ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ l ଏହି ଘଟଣାକୁ ସଂଜିଲଙ୍କ ଅନ୍ୟ ସହଯୋଗୀ ମାନେ ଷଡଯନ୍ତ୍ର କରିଥିଲେ l ସେହି ଯୋଜନା ଅନୁଯାୟୀ ସେମାନେ ବୋଲେରୋ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ ଏବଂ ଏନେଇ ଆର୍ଥିକ ସହାୟତା ମିଳବ ବୋଲି ସ୍ୱୀକାର କରିଥିଲା । ଏହା ଜାଣିବା ପରେ ପୋଲିସ ସଞ୍ଜିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡିକୁ ଜବତ କରାଯାଇଛି l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ପୋଲିସ ଉଦ୍ୟମ ଜାରି ରଖିଛି । Advertisement
ଅସଭ୍ୟ ଗାଳି ଗୁଲଜ ଯୋଗୁଁ ହତ୍ୟା – ୩ ମହିଳା ସମେତ ୮ ଗିରଫ ଅନୁଗୁଳ -(AO) ଅନୁଗୁଳ ସଦର ଥାନା ଡେରେଜାଙ୍ଗ ପ୍ରୋଜେକ୍ଟ ହୁଡାରୁ ଗତକାଲି ବିଳମ୍ବିତ ରାତିରେ ରନ୍ତଳେଇ ଗାଁର ଜଗନ୍ନାଥ ସେନାପତି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ…
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…
ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର…