ମୁଖ୍ୟ ଖବର ଖଣି ଫାଟକ ଆଗରେ ମହିଳା ପାଳିଲେ ମାଣବସା ଗୁରୁବାର Angul OnlineDecember 21, 2023December 21, 2023 ତାଳଚେର – କୋଇଲା ଖଣି ଫାଟକ ଆଗରେ ମାଣ ବସାଇବା ସହ ଲକ୍ଷ୍ମୀ ପୂଜା । ମାର୍ଗଶିର ଗୁରୁବାର ପାଳିଲେ କ୍ଷତିଗ୍ରସ୍ତ ପ୍ରଜା । ତାଳଚେର ହିଙ୍ଗୁଳା କୋଇଲା ଖଣି ଟାଇମ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଗୋପାଳପ୍ରସାଦ ଗ୍ରାମବାସୀ । ସୂଚନା ଅନୁସାରେ ଗୋପାଳପ୍ରସାଦ ଗାଁର ତୃତୀୟ ପର୍ଯ୍ୟାୟରେ ଜମି ଓ ଘରବାଡି ଗୁଡିକୁ ଏମସିଏଲ ଅଧିଗ୍ରହଣ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଗ୍ରାମରେ ବସବାସ କରୁଥିବା ମୂଳ ପଟାଦାରଙ୍କୁ ଅଣଦେଖା କରି ବିକ୍ରି ହୋଇଥିବା ଜମି ମାଲିକଙ୍କୁ ଅଗ୍ରାଧିକାର ଦେଇ ଏମସିଏଲ ସମସ୍ତ ଅର୍ଥ ଯୋଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ମୋଟ 755 ଘରବାଡିକୁ ଏମସିଏଲ ଚିହ୍ନଟ କରିଥିବା ବେଳେ ମୋଟ 312 ଜଣଙ୍କୁ ଚୟନ କରିଥିବା ବେଳେ ବାକି 443 ଜଣ ମୂଳ ପଟାଦାରଙ୍କୁ ଛାଡି ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସମସ୍ତ ଦାବି ଗୁଡିକ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଥିପାଇଁ ଖଣି ଆଗରେ ଧାରଣା ଦେଇଥିଲେ । ଆଉ ଆଜି ଶେଷ ମାର୍ଗଶିର ଗୁରୁବାର ହୋଇଥିବା ବେଳେ ସେହିଠାରେ ହିଁ ବସି ଝୋଟି ମୁରୁଜ ପକାଇ ମା ଲକ୍ଷ୍ମୀଙ୍କ ପୂଜା କରିଥିଲେ । Advertisement
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
ସଂକ୍ରମଣ ହାରରେ ଅନୁଗୁଳ ଏକ ନମ୍ବର – ସତର୍କତା ହିଁ ସୁରକ୍ଷା ଦେଇ ପାରିବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି ଜିଲ୍ଲାର ସଂକ୍ରମଣ ହାର ସଂପ୍ରତି ରାଜ୍ୟରେ ସର୍ବାଧିକ ରହିଛି । ସଂକ୍ରମଣ…