ବାଣିଜ୍ୟ କିଅନ୍ ଆସିଆନା ଉଦଘାଟିତ Angul OnlineDecember 23, 2023December 23, 2023 ଅନୁଗୁଳ – ଆସିଆନା ଗ୍ରୁପ୍ ଅଫ ହୋଟେଲ୍ସ ଆଣ୍ଡ ରିସର୍ଟସ୍ ପକ୍ଷରୁ ଏକ ନୂଆ ହୋଟେଲ ‘କିଅନ୍ ଆସିଆନା’ ଆଜି ଉଦ୍ଘାଟିତ ହୋଇ ଯାଇଛି। ଆଦର୍ଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଡ. ମହେଶ ଚନ୍ଦ୍ର ଧଳ ଏହି ହୋଟେଲ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ସୁଶାନ୍ତ କୁମାର ସାହୁ, ହୋଟେଲର ନିର୍ଦ୍ଦେଶକ ଆର୍ଯ୍ୟସୂତା ଧଳ, ରାଜେଶ କୁମାର ଧଳ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ । ଏହି ହୋଟେଲରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଇଣ୍ଡିଆନ ଓ ଚାଇନିଜ ରେଷ୍ଟୁରାଣ୍ଟ , ଫୁଡ୍ କୋର୍ଟ, ବଙ୍କେଟ ହଲ, ଏସି ଡିଲକ୍ସ ରୁମ୍, ପାର୍କିଂ ସୁବିଧା, ଭିନ୍ନକ୍ଷମ ଅତିଥିଙ୍କ ପାଇଁ ସବୁପ୍ରକାର ଆତିଥ୍ୟର ସୁବିଧା, ଚବିଶ ଘଣ୍ଟିଆ ସୁରକ୍ଷା ଓ ସେବାର ସୁନ୍ଦର ବ୍ୟବସ୍ଥା ରହିଛି । ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ ଶିଳ୍ପର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ କିଅନ୍ ଆସିଆନା ତା’ର ଲକ୍ଷ୍ୟ ପୂରଣ କରିପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ଆଶାବ୍ୟକ୍ତ କରିଛନ୍ତି । ଆଜିର ଏହି ଉଦ୍ଘାଟନ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହୋଟେଲ ମାଲିକମାନେ ଯୋଗ ଦେଇଥିଲେ । Advertisement
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ…
ଅନୁଗୁଳରେ THAR ROXX ର ବଜ଼ାର ପ୍ରବେଶ ଅନୁଗୁଳ – ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷିତ THAR ROXX ର ବଜ଼ାର ପ୍ରବେଶ ହୋଇଛି…