ସମସ୍ୟା ଜାତୀୟ ରାଜପଥ ମରାମତି ଓ ମେଡ଼ିକାଲ କଲେଜ ନହେଲେ ଆନ୍ଦୋଳନ Angul OnlineJanuary 9, 2024January 9, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି ସମସ୍ୟାର ସମାଧାନ ଓ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । , ଜାତୀୟ ରାଜପଥର ଯନ୍ତ୍ରଣା ଅସହ୍ୟ ହୋଇପଡ଼ି ପଡ଼ିଲାଣି । ପ୍ରତ୍ଯେହ ଜୀବନହାନି ଘଟୁଛି । ଉତ୍ତମ ଚିକିତ୍ସା ପାଇବା ନିମନ୍ତେ ଜିଲ୍ଲାରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଟିକିଏ ନାହିଁ। ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବା ସହ ଡାକ୍ତରୀ ଶିକ୍ଷାଲାଭ ଲାଭ ପାଇଁ ଅନୁଗୁଳ ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ତାଳଚେର ନିର୍ମିତ ମେଡିକାଲ କଲେଜକୁ ସରକାରୀ ଡାକ୍ତରଖାନାରେ ପରିବର୍ତ୍ତନ କରା ଯାଇଥିବାରୁ ଜିଲ୍ଲାବାସୀଙ୍କ ମନକୁ ଆଘାତ ପହଞ୍ଚିଛି । ତେଣୁ ୭ ଦିନ ମଧ୍ୟରେ ଜାତୀୟ ରାଜପଥ ସମସ୍ୟାର ସମାଧାନ ଓ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ଓ ଗଣଧାରଣା ଦିଆଯିବ ବୋଲି ସାମାଜିକ କର୍ମୀ ପର୍ଶୁରାମ ଦାଶ, ଅନୁପ କୁମାର ପଟ୍ଟନାୟକ, ଶିବାଶିଷ କର, ପ୍ରତାପ ମହାପାତ୍ର, ଛବୀନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ବେହେରା, ଶୁଭମ କୁମାର ନାଥ ପ୍ରମୁଖ ଚେତାବନୀ ଦେଇଛନ୍ତି । Advertisement
ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସିଙ୍ଗରାଣୀ କମ୍ପାନୀର ନୈନି କୋଲ ବ୍ଳକ ପାଇଁ ICFRE କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବାକୁ ଦାବି…
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…
କୋଇଲା ଖଣି ବିସ୍ଥାପିତ କରିବେ ଅର୍ଥନୈତିକ ଅବରୋଧ ଅନୁଗୁଳ – ଜିଲ୍ଲାରେ କୋଇଲା ଖଣି ଚାଲିଲେ ଅନୁଗୁଳ ଜିଲ୍ଲାର ଆର୍ଥିକ ପରିବର୍ତ୍ତନରେ ମୂଳଦୁଆ ପଡିବ ଏବଂ ଅନୁଗୁଳ ଉନ୍ନତିର ସୋପାନ ଦେଖିବା ବୋଲି ଆଶା କରା…