ଆଞ୍ଚଳିକ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଲୋଡର Angul OnlineJanuary 22, 2024January 22, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣି ରୋଡ଼ସେଲ ସାଇଡିଂ ରେ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଏକ ଲୋଡର । ଲୋଡରଟି ଜଳିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ରୋଡ଼ସେଲ ସାଇଡିଂରେ କୋଇଲା ଟ୍ରକ ଗୁଡିକୁ ଲୋଡରଟି ଲୋଡ଼ କରୁଥିବା ବେଳେ ହଠାତ ଲୋଡରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଚାଳକ ଜାଣି ପାରି ଲୋଡ଼ର ଭିତରୁ ବାହାରକୁ ବାହାରି ଆସିଥିଲେ । କିଛି ସମୟ ପରେ ଏମ୍ସିଏଲର ଟ୍ୟାଙ୍କର ଓ ଅଗ୍ନିଶମ ବିଭାଗର ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏମ୍ସିଏଲ ଲିଙ୍ଗରାଜ କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ନେଇ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଏମ୍ସିଏଲ କତ୍ତୃପକ୍ଷ ଏ ନେଇ କୌଣସି ମୁଁହ ଖୋଲୁ ନାହାନ୍ତି । Advertisement
କାର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡ଼ାଠାରେ ଏକ କାର ଧକ୍କାରେ ଶୁକ୍ରବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନତଡ଼ା…
ନଦୀ ପାଇଁ ଚିନ୍ତା – ମହାନଦୀର ସାମ୍ପ୍ରତିକ ଅବସ୍ଥା ବିପର୍ଯ୍ୟସ୍ତ ଅନୁଗୁଳ – ଓଡିଶା ତଥା ଭାରତବର୍ଷ ଦେଇ ବହି ଯାଇଥିବା ନଦୀ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବି ଓ ପରିବେଶ କର୍ମୀ । ନଦୀର ସ୍ଥିତିକୁ…
ମାଳତୀ ଦେବୀ ଆଶ୍ରମ’ ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…