ମୁଖ୍ୟ ଖବର ଟ୍ରକ ଓଲଟି ପାଣିରେ ଭାସିଗଲା ୪୦୦ ବସ୍ତା ଧାନ Angul OnlineJanuary 25, 2024January 25, 2024 ତାଳଚେର – ଟ୍ରକ ଓଲଟି ପାଣିରେ ଭାସିଗଲା ଧାନବସ୍ତା । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ସମଲ -ପବିତ୍ରନଗର ରାସ୍ତାରେ ଦେଖିବାକୁ ମିଳିଛି । ସମାକୋଇ ପୋଲରେ ଧାନ ବୋଝେଇ ଟ୍ରକ୍ ଓଲଟି ଯିବା ଫଳରେ, ନଦୀରେ ୪୦୦ରୁ ଅଧିକ ଧାନବସ୍ତା ଭାସି ଯାଇଛି । ସୂଚନା ଅନୁସାରେ ପୋଲ ଉପରେ ଦେଇ ଟ୍ରକଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଟ୍ରକରେ ଥିବା ଧାନ ବସ୍ତା ପୋଲ ତଳକୁ ପଡି ଭାସି ଯାଇଥିଲା । ଖବର ଅନୁସାରେ ଏହି ଧାନ ବୋଝେଇ ୧୨ ଚକିଆ ଟ୍ରକ୍ ଟି ପରାବିଲ୍ ସମବାୟ ସମିତିରୁ ଧାନ ନେଇ ଅନୁଗୁଳ ମିଲ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ଦେବଭୂମିରେ ରଥଯାତ୍ରା – ଘରୋଇ କମ୍ପାନୀ ଭାବରେ ପ୍ରଥମଥର ପାଇଁ ମହା-ଆଡମ୍ବରରେ ଯାତ୍ରା ପାଳିତ ଅନୁଗୁଳ – ଅନୁଗୁଳ ଜିନ୍ଦଲ ନଗର ଦେବଭୂମି ପରିସରରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ହଜାର ହଜାର ସଂଖ୍ୟାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ…
କୂଅରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର…
ଚିକିତ୍ସା ଅବହେଳାରୁ କଲରାପତରିଆ ମୃତ ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟର ରାଇଗୁଡା ଠାରେ ଫାଶରୁ ମୁକୁଳାଇ ରଖା ଯାଇଥିବା କଲରାପତରିଆ ବାଘର ଆଜି ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ…