ମୁଖ୍ୟ ଖବର ଗତକାଲି ଅନୁଗୁଳ ଷ୍ଟେସନରେ ଦେଲେ ଯୋଗ – ଆଜି ରେଳଧାରଣାରୁ ମିଳିଲା ମୃତଦେହ Angul OnlineJanuary 27, 2024January 27, 2024 ଅନୁଗୁଳ – ଅନୁଗୁଳ ଷ୍ଟେସନ ନିକଟ ରେଳ ଧାରଣାରୁ ଶନିବାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା ବ୍ରହ୍ମଣବିଲ ଗ୍ରାମର ରଞ୍ଜନ ସାହୁଙ୍କ ପୁଅ ଲିପନ ସାହୁ । ସେ ଗତ ୫/୬ ବର୍ଷ ହେବ ଭାରତୀୟ ରେଳ ବିଭାଗରେ ଲୋକୋ ପାଇଲଟ ଭାବରେ କାର୍ଯ୍ୟ କରୁଥିଲେ l କିଛି ଦିନ ହେଲା ତାଙ୍କର ପଲାସା ଷ୍ଟେସନ ବଦଳି ହୋଇଥିବା ବେଳେ ସେଠାରେ ଜୁନିୟର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ l ହେଲେ କିଛି ଦିନ ସେଠାରେ କାର୍ଯ୍ୟ କରିବା ପରେ ସେଠାରୁ ତାଙ୍କର ଅନୁଗୁଳ ଷ୍ଟେସନକୁ ପୁନଃ ବଦଳି ହୋଇ ଜୁନିୟର ଇଞ୍ଜିନିୟର ଭାବେ ନିଯୁକ୍ତ ପାଇଥିଲେ l ଯାହା ଫଳରେ ସେ ଗତ କାଲି ଅନୁଗୁଳ ଷ୍ଟେସନରେ ରିପୋର୍ଟିଂ କରିବା ସହ କାର୍ଯ୍ଯରେ ଜଏନ୍ କରିଥିଲେ l ଜଏନ୍ କରିବା ପରେ ସେ ଅନୁଗୁଳରେ ରହୁଥିବା ଜଣେ ସାଙ୍ଗ ପାଖକୁ ଯାଇ ସେଠାରେ ରହିଥିଲେ l ଆଜି ସକାଳ ୮ ଘଟିକାରୁ ରୁମ୍ ରୁ ବାହାରି ଡ୍ୟୁଟି ଆସିଥିଲେ l ହେଲେ ୯ ଟା ବେଳେ ଅନୁଗୁଳ ଷ୍ଟେସନ କଲୋନୀ ନିକଟସ୍ଥ ରେଳ ଧାରଣାରୁ ଲିପନଙ୍କର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଥିଲା ରେଳବାଇ ପୁଲିସ l କିଛି ମାସ ପରେ ତାଙ୍କର ବିବାହ ହୋଇଥାନ୍ତା l ହେଲେ ଆଜି ତାଙ୍କର ଏଭଳି ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିବା ବେଳେ ମୃତ୍ଯୁ କେମିତି ହେଲା ତାହା ଜଣାପଡି ନାହିଁ l ଅନୁଗୁଳ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି l Advertisement
ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ପୁଣି ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି…
ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ…
ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ – ପ୍ରଭାତ ଅନୁଗୁଳ ଥାନା ଓ ସତ୍ୟବ୍ରତଙ୍କୁ ସଦର ଥାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ସାମାନ୍ୟ ଅଦଳବଦଳ କରା ଯାଇଛି । କିଛି ଦିନ ପୂର୍ବରୁ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ…