ସମସ୍ୟା ପାଠ ପଢାଉ ନାହାଁନ୍ତି ଶିକ୍ଷକ – ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ Angul OnlineFebruary 5, 2024February 5, 2024 ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ହିଂସ୍ରିଡା ପ୍ରାଥମିକ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ସୁଚନା ଅନୁସାରେ , ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୨୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଜଣେ ଶିକ୍ଷୟତ୍ରୀ ରଜନୀ ଭୋଇ ଓ ଜଣେ ଶିକ୍ଷକ ଗଣେଶ୍ୱର ମହାଳିକ ଅଛନ୍ତି । ରଜନୀ ଭୋଇ ଦୀର୍ଘ ୧୮ ବର୍ଷ ହେଲା ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଅଛନ୍ତି । ତେବେ ଏହି ସ୍କୁଲରେ ସଠିକ ଭବରେ ଶିକ୍ଷାଦାନ ହେଉ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ସେମାନଙ୍କ ଅଭିଯୋଗ ହେଲା ଏଠାରେ ପଢୁଥିବା ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ପଣିକିଆ ପଚାରିଲେ କହି ପାରୁନାହାନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ ଗୁଟଖା ଏବଂ ପନିପରିବା ପାଇଁ ପଠାଯାଉଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏପଟେ ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ପଚାରିବାରୁ ବିଦ୍ୟାଳୟରେ ଠିକ୍ ସେ ପାଠପଢ଼ା ହେଉନାହିଁ , ଠିକ୍ ସେ ଶିକ୍ଷକ ଶିକଷୟିତ୍ରୀ ବିଦ୍ୟାଳୟକୁ ଆସୁନାହାନ୍ତି ବୋଲି ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ଠିକ୍ ସେ ଦେଉ ନଥିବା ବେଳେ ପେଟ ପୁରୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି । ଅନ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କୁ ଯଥାଶୀଘ୍ର ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି । ଦୁଇ ମାସ ପୂର୍ବରୁ ମଧ୍ୟ ଏହି ଭଳି ଭାବେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଶିକ୍ଷା ଅଧିକାରୀ ଆସି ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି କରାଯିବ । ହେଲେ ତାହା କେବଳ ପ୍ରତିଶ୍ରୁତି ହୋଇ ରହିଗଲା । ଏଣୁ ଆଜି(ସୋମବାର୍) ବାଧ୍ୟ ହୋଇ ପୁଣି ଥରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଧାରଣା ରେ ବସିଛନ୍ତି । Advertisement
ପ୍ରଶାସନ କଲା ଅଣଦେଖା – ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ ଆଠମଲ୍ଲିକ – ଗତ ଲଘୁଚାପ ବର୍ଷା ଯୋଗୁଁ ପ୍ରବଳ ପାଣି ସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ…
ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ରନଗର ନୂଆବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟାପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ସହ ଭୂମି ଅଧିଗ୍ରହଣ…
ବନ ବିଭାଗର ଘଡିଆଳ ଶାବକ ଚିନ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡର ଅକାତ କାତ ପାଣିରେ ହଜି ଯାଇଛନ୍ତି ନବଜାତକ ଘଡ଼ିଆଳ ଶାବକ । ବନ ବିଭାଗ ପକ୍ଷରୁ ବହୁ…