ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ Angul OnlineFebruary 12, 2024February 12, 2024 ଅନୁଗୁଳ – ଜାତୀୟ ରାଜପଥ ୧୪୯ ରେ ଟ୍ରକ୍ ଦୁର୍ଘଟଣାରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ବଅଁରପାଳ ଡାକ୍ତରଖାନାରେ ଅସ୍ଥାୟୀ ନର୍ସ ଭାବେ କାମ କରୁଥିବା ସୁନୀତା ସାହୁ ନାମକ ଜଣେ ମହିଳା ଏକ ସ୍କୁଟିରେ ବଅଁରପାଳରୁ ତାଳଚେର ଅଭିମୁଖେ ଯାଉଥିବା ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁନୀତାଙ୍କ ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥର ଦୁରାବସ୍ଥା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ସେହି ରାସ୍ତାରେ ଯାତାୟତରେ ବାଧା ଉପୁଜିଥିଲା । ଖବର ପାଇ ବଅଁରପାଳ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ତହସିଲଦାର ଓ ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝଶୁଝା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା । Advertisement
ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ…
ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…
ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜରଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ରସାନନ୍ଦ ପ୍ରଧାନ କଟକର ଏକ ସ୍ପେସିଆଲ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଆୟ ବହିର୍ଭୁତ…