ଆଞ୍ଚଳିକ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ Angul OnlineFebruary 13, 2024February 13, 2024 ଅନୁଗୁଳ – ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ତଥା ଅନ୍ୟାନ୍ୟ ଦାବି ପୁରଣରେ ଉଦ୍ଦେଶ୍ୟ ମୂଳକ ବିଳମ୍ଭ ପ୍ରତିବାଦରେ ଅସହଯୋଗ ଆନ୍ଦୋଳନ । ଏହି କ୍ରମରେ ଅନୁଗୁଳ ଜିଲ୍ଲାର ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଦାବି ସମ୍ପର୍କରେ ପୂର୍ବରୁ ନୋଟିସ ଦିଆ ଯାଇଥିଲେ ମଧ୍ୟ କୃଷି ବିଭାଗ ଅଦ୍ୟାବଧି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉ ନାହିଁ। ତେଣୁ ସଂଘ ନିଷ୍ପତ୍ତି ଅନୁଯାୟୀ ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସତ୍ୱେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦିଆଯାଇଛି । Advertisement
ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି…
କର୍ତ୍ତବ୍ୟ ବେଳେ ହୋମଗାର୍ଡଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଅଫିସରେ ରାତି ଡିୟୁଟି କରୁଥିବା ଜଣେ ୫୫ ବର୍ଷୀୟ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ଶରଧା…
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…