ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାପଡା ଥାନା ଅଞ୍ଚଳରେ ଏବେ ମଧ୍ୟ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଜଣା ପଡିଛି । ଆଜି କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ଅବକାରୀ ବିଭାଗ ଏହି ବେଆଇନ ଭାବେ ଚାଷ ଉପରେ ଚଢାଉ କରିଥିଲା । ଜରାପଡା ଥାନା ମାଟିଗାଡିଆସାହିର ଏକ କାଜୁ ବଗିଚାରେ ପ୍ରାୟ ୦.୮୫ ଏକରରେ ହୋଇଥିବା ଏହି ଗଞ୍ଜେଇ ଗଛକୁ କାଟି ପୋଡି ଦିଆ ଯାଇଛି । ଅନୁଗୁଳ ଅବକାରୀ ଅଧିକ୍ଷକଙ୍କ ନିରଦେଶରେ ଚଢାଉରେ ଅନୁଗୁଳ ଅବକାରୀ ବିଭାଗ ଓ ମୋବାଇଲ ଟିମ ସାମିଲ ହୋଇଥିଲେ ।   

 

 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page