Uncategorizedମୁଖ୍ୟ ଖବର ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା Angul OnlineFebruary 17, 2024February 17, 2024 ଅନୁଗୁଳ – ଅସୁସ୍ଥ ଦନ୍ତା ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ । ଟ୍ରାଙ୍କୁଲାଇଜ ପରେ ନନ୍ଦନକାନନ , ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ଚିକିତ୍ସକ ମାନେ ହାତୀର ଚିକିତ୍ସା କରିଛନ୍ତି । ସୂଚନା ଅନୁସାରେ ଦନ୍ତା ହାତୀର ମୁଣ୍ଡରେ ଏକ ଗଭୀର କ୍ଷତ ରହିଛି । ରକ୍ତ ଝରୁଥିବା ବେଳେ ଏହା ଗୁଳିବିଦ୍ଧ ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏଭଳି ଅବସ୍ଥାରେ ଦୁଇଦିନ ହେଲା ବୁଲୁଥିବା ବେଳେ ଗତକାଲିଠାରୁ ବନ ବିଭାଗ ନଜର ରଖିଥିଲା । ଗତକାଲି ଇଂଜେକସନ ମାଧ୍ୟମରେ ଆଣ୍ଟିବାୟୋଟିକ ଦିଆ ଯାଇଥିଲା । ତେବେ ଆଜି ହାତୀଟିକୁ ଛେଣ୍ଡିପଦା ବନାଞ୍ଚଳ ପୋଡାପଡା ବାପୁଜୀ ମହାବିଦ୍ଯାଳୟ ପଛ ପାଖରେ ଟ୍ରାଙ୍କୁଲାଇଜ କରା ଯାଇଥିଲା । ଟ୍ରାଙ୍କୁଲାଇଜ ପରେ ଆଖିରେ ପଟି ଦେଇ ଅଧିକ ଚିକିତ୍ସା କରିବାକୁ ଚେଷ୍ଟା କରାଯାଇଛି । ଏବେ ମଧ୍ଯ ବନ ବିଭାଗ ହାତୀ ଉପରେ ନଜର ରଖିଛି । ଦରକାର ପଡିଲେ ହାତୀକୁ ଅନ୍ଯତ୍ର ସ୍ଥାନାନ୍ତର କରାଯିବ ବୋଲି ଡି ଏଫ ଓ ବିବେକ କୁମାର ସୁଚନା ଦେଇଛନ୍ତି । Advertisement
ହାତ ଗୋଡ ବନ୍ଧା ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହାତ ଗୋଡ଼…
ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା…
ବିଜେଡ଼ିର ମିଶ୍ରଣ ପର୍ବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ନିର୍ବାଚନ…