ମୁଖ୍ୟ ଖବର ବାଣ୍ଟିଲେ ଉଜ୍ୱଳା ଗ୍ଯାସ – ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ Angul OnlineMarch 18, 2024March 18, 2024 ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଚରଣବିଧି ସମୟରେ ସରକାରୀ ସହାୟତା କିମ୍ବା କୌଣସି ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ । ହେଲେ ଅନୁଗୁଳ ଜିଲ୍ଲା ଅନୁଗୁଳ ନିର୍ବାଚନମଣ୍ଡଳୀର ଖଲାରୀ ଗ୍ରାମପଞ୍ଚାୟତରେ ଉଜ୍ଜଳା ଯୋଜନାରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯାଇଛି । ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି । ଅନୁଗୁଳ ଭାଜପା ଯୁବମୋର୍ଚ୍ଚାର ସମ୍ପାଦକ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ବିରୋଧୀଦଳ ପ୍ରଶ୍ନ ଉଠାଇଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କିଭଳି ଉଜ୍ଜଳା ଯୋଜନାରେ ଗ୍ୟାସ୍ ବଣ୍ଟାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଅନୁଗୁଳ ଜିଲ୍ଲାର ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରାଯିବ ବୋଲି ବିରୋଧୀ କହିଛନ୍ତି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଅନୁଗୁଳ ଉପ-ଜିଲ୍ଲାପାଳ ତଥା ଅନୁଗୁଳ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ବରଣେନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଚରଣ ବିଧ ଉଲଙ୍ଘନ କରାଯାଇଛି । କୌଣସି ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ଏବେ ପ୍ରଦାନ କରାଯିବ ନାହିଁ । ତେଣୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରାଯିବ । ଏହାପରେ ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । Advertisement
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଭୂଜାଲିରେ ଆକ୍ରମଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସଦର ମହକୁମାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସେହି ଅନୁଷ୍ଠାନର ରାତ୍ର ଜଗୁଆଳୀ ଭୁଜାଲିରେ ଆକ୍ରମଣ…
ମୋବାଇଲରୁ ଡାଉନଲୋଡ କରିପାରିବେ କୋଭିଡ ରିପୋର୍ଟ – ଭିଡିଓ ଦେଖନ୍ତୁ କିଭଳି କରିବେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ କରୋନା ଟେଷ୍ଟ ରିପୋର୍ଟ ପାଇବାକୁ ଲୋକ ହଇରାଣ ହେବାକୁ ପଡୁଥିଲା । ତେବେ…
ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ…