ରାଜନୀତି ସମ୍ବଲପୁରରୁ ଧର୍ମେନ୍ଦ୍ର , ଢେଙ୍କାନାଳରୁ ରୁଦ୍ର ହେବେ ସାଂସଦ ପ୍ରାର୍ଥୀ – ତାଲିକା ଘୋଷଣା କଲା ବିଜେପି Angul OnlineMarch 24, 2024March 24, 2024 ଅନୁଗୁଳ – ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର । ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଓ ମନ୍ତ୍ରଣା ଚାଲିଥିଲା , ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି । ଏ ସବୁ ପରେ ଆଜି ବିଜେପି ତାର ଲୋକସଭା ପାଇଁ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଢେଙ୍କାନାଳରୁ ପୁଣି ଥରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ଉପରେ ଦଳ ଭରସା କରିଛି । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି । ସମ୍ବଲପୁର ସାଂସଦ କ୍ଷେତ୍ରର ବିଭିନ୍ନ ବିଧାନସଭା ଅଞ୍ଚଳରେ ପୂର୍ବରୁ ବିଜେପିର ଗଡ ହୋଇଥିବାରୁ ଧର୍ମେନ୍ଦ୍ରଙ୍କ ଜିତିବା ପାଇଁ ସମ୍ବଲପୁର କ୍ଷେତ୍ର ବେଶ ଭଲ ରହିବ ବୋଲି ଆଶା ପ୍ରକଟ କରାଯାଉଛି । Advertisement
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…
ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ଉଷା ଓ ଜଗନ୍ନାଥ ବିଜୟୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ତାଳଚେର ପୌର ପରିଷଦ ୨ ନମ୍ବର ଓ ୪ ନମ୍ବର କାଉନ୍ସିଲର ନିର୍ବାଚିତ ହୋଇଛନ୍ତି…
ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର…