ଆଞ୍ଚଳିକ ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ Angul OnlineDecember 15, 2021December 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡା , ଖମାର ଅଞ୍ଚଳର ସନ୍ତୋଷ କୁମାର ଶେଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେଆ ସନ୍ତୋଷ କୁମାର ସେଠୀ ତାଙ୍କ ହୋଣ୍ଡା ସାଇନ ମୋଟରସାଇକେଲରେ ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବାପରେ ସେହି ଅଞ୍ଚଳରେ ଶୋକରଛାୟା ଖେଳିଯିବା ସହ ଉତ୍ୟକ୍ତ ଅଞ୍ଚଳବାସୀ ଘଟଣା ସ୍ଥଳେ ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଯୁବକଙ୍କୁ ବ୍ୟବଚ୍ଛେଦ ପାଇଁ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ କରୁଛି । Advertisement
କାର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡ଼ାଠାରେ ଏକ କାର ଧକ୍କାରେ ଶୁକ୍ରବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନତଡ଼ା…
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…
୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଆଜି ଏକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର କରିଛନ୍ତି…