ଆଞ୍ଚଳିକ ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ Angul OnlineDecember 15, 2021December 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡା , ଖମାର ଅଞ୍ଚଳର ସନ୍ତୋଷ କୁମାର ଶେଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେଆ ସନ୍ତୋଷ କୁମାର ସେଠୀ ତାଙ୍କ ହୋଣ୍ଡା ସାଇନ ମୋଟରସାଇକେଲରେ ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବାପରେ ସେହି ଅଞ୍ଚଳରେ ଶୋକରଛାୟା ଖେଳିଯିବା ସହ ଉତ୍ୟକ୍ତ ଅଞ୍ଚଳବାସୀ ଘଟଣା ସ୍ଥଳେ ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଯୁବକଙ୍କୁ ବ୍ୟବଚ୍ଛେଦ ପାଇଁ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ କରୁଛି । Advertisement
ସାତକୋଶିଆ ସାମ୍ବାଦିକ ସଂଘର ନୂତନ କମିଟି ଗଠନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିନେଶ ଦେହୁରୀଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ…
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ ତମ କାର୍ଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୌରପାଳିକାର ପୌରାଧ୍ୟକ୍ଷ…
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…