ଆଞ୍ଚଳିକ ନଦୀରେ ବୁଡି ମହିଳା ନିଖୋଜ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗାଁ ନିକଟ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ମହିଳା ଜଣକ ହେଲେ କଇଁଛପଦା ଗାଁର ପ୍ରଦୀପ ଦେହୁରୀଙ୍କ ସ୍ତ୍ରୀ ଚାରୁ ଦେହୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାରୁ ଦେହୁରୀ ଦିନ ୧୨ ଟା ବେଳେ ନଦୀକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ଗଭୀର ନଦୀ ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟିକିରା ନଦୀରେ ନିଖୋଜ ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ଦୀର୍ଘ ୬ଘଣ୍ଟା ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳି ପାରି ନାହିଁ । Advertisement
ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ…
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …
କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପଶି ଜୁଲୁମ କରିବା ପ୍ରତିବାଦରେ ଗଣ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦିଲ୍ଲୀ କେନ୍ଦ୍ରୀୟ ପୁଲିସର ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପଶି ଜୁଲୁମ କରିବା ପ୍ରତିବାଦରେ ଗଣ…