ଆଞ୍ଚଳିକ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅଧୀନରେ ଆସୁଥିବା ମୂଷାପାପୁଲି ଗ୍ରାମବାସୀ ଫସଲକୁ ବଞ୍ଚେଇବା ପାଇଁ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ, ମୂଷାପାପୁଲି ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେବେ ଅଞ୍ଚଳରେ ହାତୀ ଉପଦ୍ରବ ବଢି ଚାଲିଛି । ଚାଷକୁ ଜଙ୍ଗଲୀ ହାତୀ ଉପଦ୍ରବ କରିବା ସହ ଘର ଭାଙ୍ଗି ଦେଇଛନ୍ତି । ଯାହା ଫଳରେ ଗ୍ରାମବାସୀ ବହୁତ ହଇରାଣ ହେଉଛନ୍ତି । ଗ୍ରାମବାସୀ ଅଭିଯୋଗ କଲେ କେହି ଶୁଣୁ ନଥିବା କହୁଛନ୍ତି । ମୂଷାପାପୁଲି ଗ୍ରାମକୁ ସୌରବାଡ ହେଲା ହାତୀ ପଶି ପାରିବ ନାହିଁ ଏବଂ ଫସଲ ବି ନଷ୍ଟ ହେବ ନାହିଁ । ସୌର ବାଡ଼ ପାଇଁ ବନ ବିଭାଗକୁ କହିଲା ପରେ ନ ଶୁଣିବାରୁ ବାଧ୍ୟ ହୋଇ ବନ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଏପଟେ ବନ ଅଧିକାରୀଙ୍କୁ ଏ ଘଟଣା ବିଷୟରେ ପଚାରିବାରୁ ଆଜି ସେହି ଅଞ୍ଚଳରୁ ହାତୀ କୁ ଘଉଡାଇ ଦିଆ ଯିବ, ସୌର ବାଡ଼ ପାଇଁ ସର୍ଭେ ହୋଇ ସାରିଛି ବହୁତ ଶିଘ୍ର କାର୍ଯ୍ୟ ଆରମ୍ବ ହେବ ଏବଂ କ୍ଷତି ହୋଇଥିବା ଲୋକ ମାନଙ୍କୁ କ୍ଷତି ପୂରଣ ଦିଆ ଯିବା ବୋଲି କହିଥିଲେ। Advertisement
ଲାଗୁ ହେଲା ନାଇଟ କର୍ଫ୍ୟୁ – ଅମାନିଆଙ୍କ ଉପରେ ପୁଲିସର କଡା ନଜର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ…
ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ନୂଆଦିଲ୍ଲୀ / ଭୁବନେଶ୍ବର – ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ…
ଆଖୁ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର…