ଅପରାଧ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ Angul OnlineFebruary 8, 2022February 8, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି ସନ୍ଧ୍ୟା ୫ ଟା ବେଳେ ଘରୁ ବାହାରି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଫେରି ନାହାନ୍ତି । ତାଙ୍କ ମୋବାଇଲ ସ୍ୱିଚ ଅଫ ରହିଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁ ସନ୍ଧାନ ନେବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା । ତାଙ୍କ ସ୍ତ୍ରୀଙ୍କ କହିବା କଥା ଯେ ସରପଞ୍ଚ ପ୍ରାର୍ଥୀ ହେବା ଦିନ ଠାରୁ ତାଙ୍କୁ ଧମକ ମିଳୁଥିଲା । ଏଣୁ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ସ୍ତ୍ରୀ ଏବଂ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇ ଛେଣ୍ଡିପଦା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ନିଖୋଜ ଯୁବକଙ୍କ ମୃତ ଦେହ ଗାଡ଼ିଆରୁ ଉଦ୍ଧାର – ହତ୍ୟା ନା ଦୁର୍ଘଟଣା !! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁ ନିକଟରୁ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି ।…
ନାଳରେ ଭାସୁଛି ନବଜାତକର ମୃତଦେହ ଛେଣ୍ଡିପଦା – ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…