ମୁଖ୍ୟ ଖବର ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ Angul OnlineJune 9, 2022June 9, 2022 ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍ଷ୍ଟ୍ରକସନ୍ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା । ଏବେ ସବ୍-କଣ୍ଟ୍ରାକ୍ଟ୍ ଜରିଆରେ ଅନ୍ୟ ଠିକା ସଂସ୍ଥା ଦ୍ବାରା କାମ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲା । ସୂଚନା ଅନୁସାରେ, ମେସର୍ସ ସି ପି ଆରୋରା ଇଞ୍ଜିନିୟର୍ସ ନାମକ ସଂସ୍ଥା ଢେଙ୍କାନାଳ-ଅନୁଗୁଳ ପ୍ୟାକେଜ-୨ର ପ୍ରଶସ୍ତୀକରଣ କାମ ଅନୁମୋଦନ ପାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଖୁବ ଶୀଘ୍ର ବନ୍ଦ ହୋଇ ରହିଥିବା ପ୍ରଶସ୍ତିକରଣ କାମ ଆରମ୍ଭ ହେବ ବୋଲି ଆଶା ରକ୍ଷା ଯାଇଛି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତିଙ୍କ ମୃତଦେହ…
ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ…