ଅପରାଧ ବ୍ରାଉନସୁଗାର ଜବତ – ୩ ଗିରଫ Angul OnlineNovember 26, 2022November 26, 2022 ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ ଅଭିଯୁକ୍ତ ମାନେ ଅନୁଗୁଳ ହେମସୁରପଡା ର ମନୋଜ ଜେନା , ଜଗନ୍ନାଥ ସାହୁ ଓ ରାଜା ବେହେରା । ସୂଚନା ଅନୁସାରେ ଏହି ୩ ଜଣ ବ୍ରାଉନସୁଗାର ନେଇ ଅନୁଗୁଳ ପଞ୍ଚମହଲା ନିକଟରେ ଗ୍ରାହକ ଅପେକ୍ଷାରେ ଥିଲେ । ଖବର ପାଇ ଅନୁଗୁଳ ସଦର ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଏହି ୩ ଜଣଙ୍କୁ କାବୁ କରି ନେଇଥିଲେ । ଜାଞ୍ଚ ବେଳେ ସେମାନଙ୍କ ସ୍କୁଟି ଡିକିରୁ ବ୍ରାଉନସୁଗାର ଠାବ କରା ଯାଇଥିଲା । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରା ଯାଇଛି । Advertisement
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ତିନି ଲୁଟେରା ଗିରଫ ଅନୁଗୁଳ – ଅନୁଗୁଳ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ଅନେକ ଲୁଟ , ଛିନତାଇ ମାମଲାରେ ଏହି ଲୁଟେରା ମାନେ…
ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ…
ଜୁଆ ଆଡ୍ଡା ଉପରେ ଚଢ଼ାଉ – ୬ ଗିରଫ ୯ ମୋଟରସାଇକେଲ ଜବତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଏକ ଆମ୍ବତୋଟାରେ ଚଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ଛେଣ୍ଡିପଦା ପୁଲିସ…